କଟକରେ ଭୁଶୁଡିଲା କୋଠା ,୩ଜଣଙ୍କ ମୃତ୍ୟୁ
କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଘଟିଛି ଏହି ଅଘଟଣ। କୋଠାର ବାଲକୋନୀ, ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି। ଫଳରେ ଗୁରୁତର ହୋଇଥିଲେ ୩ ଜଣ। ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି।

ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ। ମୃତକ ୩ ଜଣଙ୍କ ମଧ୍ୟରୁ ଗୋଟିଏ ୫ ବର୍ଷ ଶିଶୁ ରହିଛି। ତା ନାଁ ଅବଦୁଲ୍ ମୁଜାହିଦ୍। ସେହିପରି ଅନ୍ୟ ୨ ଜଣଙ୍କ ନାଁ ଅବଦୁଲ୍ ଜଲିଲ୍ ଏବଂ ଅବଦୁଲ୍ ଜାହିଦ୍ ବୋଲି ସୂଚନା ମିଳିଛି।












Click it and Unblock the Notifications