ରାଜଧାନୀ ଭୁବନେଶ୍ବରରେ ବିଲ୍ଡରଙ୍କୁ ହତ୍ୟା, ପୋଲିସ ଆରମ୍ଭ କଲା ଛାନଭିନ୍‌

ରାଜଧାନୀରେ ବିଲ୍‌ଡରଙ୍କୁ ବିଭତ୍ସ ହତ୍ୟା । ପିଟି ପିଟି ନିର୍ମମ ଭାବେ ଜଣେ ବିଲ୍‌ଡରଙ୍କୁ ହତ୍ୟା କରିଛନ୍ତି ଆକ୍ରମଣକାରୀ । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକ ହେଲେ ସସ୍ମିତ ବିଶ୍ୱାଳ । ତାଙ୍କ ଘର ଏଆରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ଅଂଚଳରେ ।

murdered

ଅଭିଯୋଗ ଅନୁସାରେ ଜମିବାଡ଼ି ବିବାଦକୁ ନେଇ କିଛି ଲୋକଙ୍କ ସହ ସସ୍ମିତଙ୍କ ଗଣ୍ଡଗୋଳ ଲାଗି ରହିଥିଲା । ଆଜି ମଧ୍ୟ ଗଣ୍ଡଗୋଳ ହୋଇଥିଲା, ଖବର ପାଇ ପୋଲିସ ପହଂଚି ସମାଧାନ କରି ଫେରିଥିଲା ।

କିନ୍ତୁ ସସ୍ମିତ ସେହି ସ୍ଥାନରେ ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ପୁଣି ଥରେ ଆକ୍ରମଣକାରୀଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏହାକୁ ନେଇ ଆକ୍ରମଣକାରୀମାନେ ତାଙ୍କୁ ଆକ୍ରମଣ କରି ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ ଏୟାରଫିଲ୍‌ଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+