BUDGET SESSION 2025: ଆସନ୍ତା ୧୭ରେ ବଜେଟ୍‌; କାଲି ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଫେବୃଆରୀ 17 ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌ । ଆର୍ଥିକ ବର୍ଷ 2025-26 ପାଇଁ ବଜେଟ୍‌ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ବଜେଟ ଆକଳନ ଗତ ଆର୍ଥିକ ବର୍ଷରୁ ଅଧିକ ରହିବ ବୋଲି ଜଣାପଡିଛି । ବଜେଟ୍‌ ଆଗତ ପୂର୍ବରୁ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ସରକାର ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ ପରାମର୍ଶ ସଭା ଡାକିଛନ୍ତି । କାଲି ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହେବ ।

ବିଭିନ୍ନ ବର୍ଗଠୁ ପରାମର୍ଶ ଓ ମତାମତ ନେବେ ମୋହନ ସରକାର
ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନେଇ ସରକାରଙ୍କ ପକ୍ଷ ରଖିବେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ।

ପ୍ରାକ-ପରାମର୍ଶ ସଭାରେ ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥନୈତିକ ବିଶେଷଜ୍ଞ, ସାଧାରଣ ଲୋକ, ବିଭିନ୍ନ ବର୍ଗର ଅଂଶୀଦାର ସାମିଲ ହେବେ । ନିଜର ମତାମତ ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗ ସମ୍ମୁଖରେ ରଖିବେ ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନେଇ ସରକାରଙ୍କ ପକ୍ଷ ରଖିବେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ।

ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ନେଇ ଅର୍ଥ ବିଭାଗ ବଜେଟର ପୂର୍ବ ପ୍ରସ୍ତୁତି କରୁଛି । ବିଗତ ବର୍ଷରେ ବଜେଟ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଛି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ-ପୋର୍ଟାଲ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ବଜେଟ୍‌ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ପୋର୍ଟାଲରେ ଉପଲବ୍ଧ ରହିଛି । ବର୍ତ୍ତମାନ 2025-26 ବର୍ଷ ବଜେଟ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛି ।

ୱେବ-ପୋର୍ଟାଲ 'https://budget.odisha.gov.in/ରେ ବଜେଟ ସମ୍ପର୍କିତ ତଥ୍ୟ

ଏହି ମାଧ୍ୟମରେ ସାଧାରଣ ଜନତା ଦେଇପାରିବେ ବଜେଟ ମତାମତ
ୱେବ-ପୋର୍ଟାଲ 'https://budget.odisha.gov.in/ରେ ବଜେଟ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି । ଏହି ପରାମର୍ଶ ଗୁଡିକ e-mail ଦ୍ବାରା [email protected] ଠିକଣାରେ ପଠାଇ ପାରିବେ । ସେହିପରି ବଜେଟ ସମ୍ବନ୍ଧୀୟ ମତାମତ WhatsApp ମାଧ୍ଯମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ Xରେ (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ବାରା ମଧ୍ୟ ପଠାଇବାକୁ କୁହାଯାଇଛି । ଏହି ସୁବିଧା 31 ଜାନୁଆରୀ 2025 ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଜନସାଧାରଣ, ନାଗରିକ ସମାଜ, ଅନ୍ୟାନ୍ୟ ହିତାଧିକାରୀ ଏହି ସ୍ବତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ପରାମର୍ଶ ଦେବାକୁ କୁହାଯାଇଛି ।

BUDGET 2025

2 ଲକ୍ଷ 65 ହଜାର କୋଟି ଥିଲା ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବର୍ଷ ପାଇଁ ଜୁଲାଇ 25 ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । 2024-25 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିଲା । 2013-24 ଆର୍ଥିକ ବର୍ଷ ତୁଳନାରେ ଗତ ବଜେଟ ପରିମାଣକୁ 15% ବୃଦ୍ଧି ହୋଇଥିଲା । 2023-24 ଆର୍ଥିକ ବର୍ଷରେ ବଜେଟ ପରିମାଣ 2 ଲକ୍ଷ 55 ହଜାର କୋଟି ଟଙ୍କା ଥିଲା । ଏଥର ଏହି ରାଶି ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+