ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍, ରଥ ପାଇଁ ୧୧ କୋଟି ବ୍ୟୟ ବରାଦ
ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍ ପ୍ରସ୍ତୁତ ହୋଇଛି । ୨୦୨୧-୨୨ ବର୍ଷ ଲାଗି ଏହି ବଜେଟ୍ । ବଜେଟ୍ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି ।
ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍ ପ୍ରସ୍ତୁତ ହୋଇଛି । ୨୦୨୧-୨୨ ବର୍ଷ ଲାଗି ଏହି ବଜେଟ୍ । ବଜେଟ୍ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସାଙ୍କ ସୁରକ୍ଷା ପାଇଁ ୫୦ଲକ୍ଷ ବ୍ୟୟ ବରାଦ ହୋଇଛି ।

ସେହିପରି ୫ କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟବରାଦ ହୋଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି। ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହେଲାଣି। ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ ବୋଲି ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ।
୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧୦୦୦ କୋଟି କରିବା ପାଇଁ ଉଦ୍ୟମ କରାଯିବ। ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ନିଆଯିବ। ଏନଏସଜି କୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ। ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି।












Click it and Unblock the Notifications