Get Updates
Get notified of breaking news, exclusive insights, and must-see stories!

Budget 2026: ଫେବ୍ରୁଆରି ତୃତୀୟ ସପ୍ତାହରେ ରାଜ୍ ବଜେଟ୍‌: ୨୦ ଡିସେମ୍ବର ସୁଦ୍ଧା ପ୍ରସ୍ତାବ ଦାଖଲ

Odisha Budget 2026: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆସନ୍ତାବର୍ଷ ‌‌ଫେବ୍ରୁଆରି ତୃତୀୟ ସପ୍ତାହରେ ଆଗତ କରାଯିବ । ଅର୍ଥ ବିଭାଗ ପକ୍ଷରୁ ଆଜିଠାରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଚିଠିରେ କୁହାଯାଇଛି, ୨୦୨୬-୨୭ ପାଇଁ ଆସନ୍ତା ଡିସେମ୍ବର ୨୦ ସୁଦ୍ଧା ବିଭାଗମାନେ ବଜେଟ୍‌ ଆକଳନ ପ୍ରସ୍ତାବ ଦାଖଲ କରିବେ ।

ଡିସେମ୍ବର ୨୧ରୁ ୨୦୨୬ ଜାନୁଆରି ୫ ପର୍ଯ୍ୟନ୍ତ ବିଭାଗଗୁଡ଼ିକ ସହ ପ୍ରାକ୍‌ ବଜେଟ୍‌ ପରାମର୍ଶ ବୈଠକ ହେବ । ୨୦୨୬ ‌‌‌ଫେବ୍ରୁଆରି ୩ରେ ପ୍ରାକ୍‌ ବଜେଟ୍‌ ପରାମର୍ଶ ଏବଂ କେନ୍ଦ୍ର ବଜେଟ୍‌ ୨୦୨୬-୨୭ ପରେ ଆକଳନଗୁଡ଼ିକର ସଂଶୋଧନ କରାଯିବ । ୨୦୨୬ ଫେବ୍ରୁଆରି ୬ରେ ମୁଖ୍ୟ ସଚିବ/ଉନ୍ନୟନ କମିସନରଙ୍କ ପ୍ରମୁଖ ବିଭାଗଗୁଡ଼ିକର ସଚିବମାନଙ୍କ ସହ ପରାମର୍ଶ ବୈଠକ ଅନୁଷ୍ଠିତ ହେବ । ୨୦୨୬ ଫେବ୍ରୁଆରି ୭ରୁ ୧୦ ମଧ୍ୟରେ ମନ୍ତ୍ରୀ ପରିଷଦ ଦ୍ବାରା ବଜେଟ୍‌କୁ ଅନୁମୋଦନ ଦିଆଯିବ । ୨୦୨୬ ‌‌ଫେବ୍ରୁଆରି ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବଜେଟ୍‌ ଉପସ୍ଥାପନ କରାଯିବ ।

Budget 2026 odisha Budget in the third week of February

ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ୍‌ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି, ଯାହା ବର୍ତ୍ତମାନ ଅର୍ଥନୀତି ଆକାରର ପ୍ରାୟ ୧୫ ଗୁଣ । ଏହି ଅର୍ଥନୈତିକ ମହତ୍ତ୍ବାକାଂକ୍ଷାକୁ ପୂରଣ କରିବା ପାଇଁ ୧ କୋଟିରୁ ଅଧିକ ନୂଆ କର୍ମନିଯୁକ୍ତି ସୃଷ୍ଟି, ସାର୍ବଜନୀନ ସାକ୍ଷରତା ଓ ସୁନିଶ୍ଚିତ ଉତ୍ତମ ସ୍ବାସ୍ଥ୍ୟସେବା, ସବୁଜ ଶକ୍ତି, ପର୍ଯ୍ୟଟନ ଓ ପ୍ରଯୁକ୍ତିବିଦ୍ୟା ‌କ୍ଷେତ୍ରରେ ରାଜ୍ୟ ସରକାର ପ୍ରାଥମିକତା ଦେବେ । ପ୍ରାକୃତିକ, ଆର୍ଥିକ ଓ ମାନବ ସମ୍ବଳକୁ ବ୍ୟବହାର କରି ୨୦୨୫-୨୬ରେ ରାଜ୍ୟ ଅର୍ଥନୀତି ୮ ପ୍ରତିଶତ ବୃଦ୍ଧି ପାଇବ ଏବଂ ୨୦୨୬-୨୭ରେ ଏହି ଧାରା ଜାରି ରହିବ ବୋଲି ଅର୍ଥ ବିଭାଗ ଆଶା ରଖିଛି । ରାଜ୍ୟରେ ବର୍ତ୍ତମାନର ଟିକସ ଆଦାୟ ଧ‌ାରାକୁ ଦୃଷ୍ଟିରେ ରଖି ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ବ ଆଦାୟ ଚଳିତବର୍ଷର ସଂଶୋଧିତ ଆକଳନ ତୁଳନାରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

୨୦୨୬-୨୭ ଆର୍ଥିକବର୍ଷ ବଜେଟ୍‌ ୨୦୨୫-୨୬ ଆର୍ଥିକବର୍ଷରେ ନିଆଯାଇଥିବା ନୀତି ଉପରେ ଆଧାରିତ ହେବ । ୨୦୨୬-୨୭ ପାଇଁ ନିମ୍ନଲିଖିତ ବଜେଟ୍‌ ପ୍ରକ୍ରିୟା ଅନୁସରଣ କରାଯିବ ଏବଂ ୨୦ ଡିସେମ୍ବର ୨୦୨୫ ସୁଦ୍ଧା ଖର୍ଚ୍ଚ ଆକଳନ ଦାଖଲ କରିବାକୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ଆଜି ବିଭିନ୍ନ ବିଭାଗଗୁଡ଼ିକୁ ଚିଠି ଦିଆଯାଇଛି । ପ୍ରତ୍ୟେକ ପ୍ରଶାସନିକ ବିଭାଗକୁ ସେମାନଙ୍କ ବିଭାଗୀୟ ଖର୍ଚ୍ଚ ସୀମା ବିଷୟରେ ସୂଚାଇ ଦିଆଯିବ । ସୂଚାଇ ଦିଆଯାଇଥିବା ଖର୍ଚ୍ଚ ସୀମା ମଧ୍ୟରେ ବିଭାଗଗୁଡ଼ିକ ସେମାନଙ୍କ ବଜେଟ୍‌ ଆକଳନ ପ୍ରସ୍ତୁତି ପୂର୍ବ ସ୍ଥିରୀକୃତ ରୀତି ଓ କାର୍ଯ୍ୟପଦ୍ଧତି ଆଧାରରେ କରିବେ ବୋଲି ଅର୍ଥ ବିଭାଗ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+