Get Updates
Get notified of breaking news, exclusive insights, and must-see stories!

Budget 2025 ; ବଜେଟରେ ବିହାରକୁ ବଡ ଉପହାର ଦେଲେ କେନ୍ଦ୍ର ସରକାର

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌- ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ତାଙ୍କ ବଜେଟ୍‌ ପେଢ଼ିରେ ବିହାର ପାଇଁ ବଡ଼ ଭେଟି ଘୋଷଣା ହୋଇଛି।

Bihar

ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର କ୍ଷମତାକୁ ମଧ୍ୟ ବଢାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ। ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ।

ଏଥିସହ ବିହାରରେ ହେବ ମଖାନା ବୋର୍ଡ। ଏଥିରେ ନିୟୋଜିତ ଲୋକଙ୍କୁ FPOs ରେ ସଂଗଠିତ କରାଯିବ। ବୋର୍ଡ ମାକାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ ଏବଂ ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।

ଏହା ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟରେ ମୋଦି ସରକାର ବିହାର ଆଉ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍ କରିଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହେଇଥିଲା । ଖାସ୍ କରି ନୀତିଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଏପରି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଆଉ ଏବେ ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟ ବିହାର ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+