ରାଜ୍ୟ ବଜେଟରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ବ; ୪୧,୨୭୩ କୋଟି ଟଙ୍କାର ବ୍ୟୟବରାଦ

ରାଜ୍ୟ ବଜେଟରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ୪୧,୨୭୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୧୮୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୧୯୩ କୋଟି ଟଙ୍କା ଏବଂ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୧୪୦ କୋଟି ଟଙ୍କା ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୮୨ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

Emphasis on education

ପିଏମ୍ ପୋଷଣ ପାଇଁ ୮୮୫ କୋଟି ଟଙ୍କା ବ୍ୟବସ୍ଥା
କରାଯାଇଥିଲାବେଳେ ପିଏମ୍ ପୋଷଣ ନିମନ୍ତେ ରାଜ୍ୟ ସହାୟତା ବାବଦରେ ୫୯୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସମଗ୍ର ଶିକ୍ଷା ନିମନ୍ତେ ୪୬୮୧ କୋଟି ଟଙ୍କା, ରାଜ୍ୟ ସହାୟତା ବାବଦରେ ୮୪୪ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଷ୍ଟାର୍ସ ଯୋଜନା ପାଇଁ ୭୧୪ କୋଟି ଟଙ୍କା ଓ ପିଏମ୍‌ଶ୍ରୀ ଲାଗି ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩, ୬୫୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍ ବଣ୍ଟନ ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ୪୫ କୋଟି, ଆମ କଲେଜ ଆମ ଗୌରବ ପାଇଁ ୧୦ କୋଟି ଓ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୩୦ କୋଟି ଟଙ୍କା ରଖାଯାଇଛି। ଏହାସହ ପିଏମ୍ ଉଷା ପାଇଁ ୧୦୦

କୋଟି, ରୁସା ପାଇଁ ୯୯ କୋଟି ଏବଂ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୧୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୧୭୮୫ କୋଟି ଟଙ୍କାର ଅଟକଳ କରାଯାଇଛି। ଏଡିବି ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ୧୨୩ କୋଟି ଟଙ୍କା ଏବଂ ସିଏମ୍-ଆସ୍କାୟାର ପାଇଁ ୪୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଭୁବନେଶ୍ଵରସ୍ଥିତ ଓୟୁଟିଆର ପାଇଁ ୫୦ କୋଟି ଟଙ୍କା ରହିଛି। ବୁର୍ଲାସ୍ଥିତ ଭିସୁଟ୍ ପାଇଁ ୫୦ କୋଟି ଟଙ୍କା ଏବଂ ଇଞ୍ଜିନିୟରିଂ ସ୍କୁଲ/ପଲିଟେକନିକର ଭିତ୍ତିଭୂମି ବିକାଶ ପାଇଁ ୧୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୂକରଣ ପାଇଁ ୫୯ କୋଟି ଓ ଦକ୍ଷତା ବିକାଶ ତାଲିମ ପାଇଁ ୧୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+