ଜାଣନ୍ତୁ, ରେଳ ବଜେଟରେ ଓଡ଼ିଶାକୁ କେତେ ?
କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବତଟ ରେଳବାଇକୁ ଆବଣ୍ଟିତ ଅନୁଦାନରେ ସର୍ବାଧିକ ଗୁରୁତ୍ୱ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୋଳ-ସୁକିନ୍ଦା ରେଳମାର୍ଗକୁ ମିଳିଛି।
ଭୁବନେଶ୍ୱର: ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ? ଏହି ପ୍ରଶ୍ନର ଉତ୍ତର ଏବେ ସ୍ପଷ୍ଟ ହୋଇଛି । କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବତଟ ରେଳବାଇକୁ ଆବଣ୍ଟିତ ଅନୁଦାନରେ ସର୍ବାଧିକ ଗୁରୁତ୍ୱ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୋଳ-ସୁକିନ୍ଦା ରେଳମାର୍ଗକୁ ମିଳିଛି। ଏହାସହିତ ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଏକ ନୂଆ ପ୍ଲାଟଫର୍ମ ନିର୍ମାଣ ସହ ସବୁ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ୍ ମଧ୍ୟ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା ରୋଡ୍ ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ସେହିପରି ଜୟପୁର-ମାଲକାନାଗିରି ପାଇଁ ୧୧ କୋଟି । ଜୟପୁର-ନବରଙ୍ଗପୁର ପାଇଁ ୪୬ କୋଟି ମିଳିଛି । ତେବେ ଏନେଇ ରେଳ ମନ୍ତ୍ରାଳୟ କିମ୍ବା ପୂର୍ବତଟ ରେଳପଥ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ । ନୂଆ ଲାଇନ୍ ପାଇଁ ୧୮ ଶହ ୬ କୋଟି କୋଟି ଏବଂ ରେଳ ଦୋହରୀକରଣ ପାଇଁ ୧୮ ଶହ ୬୧ କୋଟି ଟଙ୍କା ଦେବ ରେଳ ମନ୍ତ୍ରାଳୟ ।
ତାଳଚେର-ଅନୁଗୁଳ ନୂଆ ଲାଇନ ପାଇଁ ୧୮ କୋଟି । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ ପାଇଁ ଟୋକନ ମନି ଟଙ୍କାଟେ ଦିଆଯାଇଛି । ଖୋର୍ଦ୍ଧା ବାରଙ୍ଗ ଥାର୍ଡ ଲାଇନ୍ ପାଇଁ ୧୬୪ କୋଟି, ବଂଶପାଣୀ, ଦୈତାରୀ, ଟମକା, ଜଖପୁରା ରେଳ ଲାଇନ ପାଇଁ ୩୦୦ କୋଟି, ସମ୍ବଲପୁର ତାଳଚେର ରେଳ ଲାଇନ୍ ପାଇଁ ୧୭୨ କୋଟି ଟଙ୍କା, ସଡ଼କ ସୁରକ୍ଷା ପାଇଁ ୩୦ କୋଟି, ଓଭରବ୍ରିଜ୍ ପାଇଁ ୪୨୬ କୋଟି, ସମସ୍ୟା ବିହିନ ସିଗନାଲିଂ ପାଇଁ ୧୩୮ କୋଟି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ୧୦୯ କୋଟି ଟଙ୍କା ରହିଛି ।
କେନ୍ଦ୍ର ରେଳ ମନ୍ତ୍ରଣାଳୟର ୨୦୨୨-୨୩ ଆର୍ଥିକ ବର୍ଷର ପିଙ୍କ ବୁକ୍ ଅନୁସାରେ ପୂର୍ବତଟ ରେଳବାଇ ଅର୍ନ୍ତଗତ ୯ଟି ନୂଆ ରେଳମାର୍ଗ ନିର୍ମାଣ ଓ ୨୧ଟି ରେଳମାର୍ଗର ଦୋହରୀକରଣ ନିମନ୍ତେ ବଜେଟରେ ବ୍ୟୟବରାଦ ହୋଇଛି।
ଏସବୁ ବ୍ୟତୀତ କଟକ-ବାରଙ୍ଗ ରୋଡରେ ଥିବା ରେଳ ଫାଟକ ନିକଟରେ ଫ୍ଲାଏଓଭର ନିର୍ମାଣ, ରଘୁନାଥପୁର-ଗୋରଖନାଥ ପାଖରେ ଫ୍ଲାଏଓଭର, କେନ୍ଦ୍ରାପଡ଼ା ରୋଡ-କଟକ ମାର୍ଗରେ ଫ୍ଲାଏଓଭର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ।
ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଥିବା ରେଳବାଇ କଲୋନୀର ସମସ୍ତ ଜାଗାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ଠୁ ସିଧାସଳଖ କ୍ରୟ ନିମନ୍ତେ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି ।
ଓଡ଼ିଶା ମଧ୍ୟରେ ପୂର୍ବତଟ ରେଳବାଇ,ଦକ୍ଷିଣ ପୂର୍ବ ରେଳବାଇ ଓ ଦକ୍ଷିଣ-ପୂର୍ବ ସେଣ୍ଟ୍ରାଲ ରେଳବାଇର ବିଭିନ୍ନ ଡିଭିଜନ ରହିଥିବାରୁ ୨୦୨୨-୨୩ ଆର୍ଥିକ ବର୍ଷର ରେଳବଜେଟରେ ଓଡ଼ିଶାକୁ କେତେ ପରିମାଣର ଅନୁଦାନ ମିଳିଛି ତାହା ସ୍ପଷ୍ଟ ହୋଇପାରିନି ।
ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୭୬୦୦କୋଟି ଟଙ୍କାର ଅନୁଦାନ ଦେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ୬୯୯୫.୫୮କୋଟି ଟଙ୍କାର ଅନୁଦାନ ରେଳବାଇ କ୍ଷେତ୍ରରେ ମିଳିଥିଲା । ଯାହାକି ୨୦୨୦-୨୧ର ଅନୁଦାନ ତୁଳନାରେ ୬୦ ପ୍ରତିଶତ ଅଧିକ ଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications