BSNL'ର ୯୦୦ ଟଙ୍କାରୁ କମ୍ ପ୍ରିପେଡ୍ ପ୍ଲାନ, ମିଳିବ ଅସୀମିତ ମାଗଣା କଲ୍-ଡାଟା
BSNL Recharge Plan: ମହଙ୍ଗା ରିଚାର୍ଜ ଯୋଗୁଁ ମୋବାଇଲ୍ ବ୍ୟବହାରକାରୀଙ୍କୁ ପକେଟ ଉପରେ ସିଧାସଳଖ ପ୍ରଭାବ ପଡୁଛି । TRAI ନିର୍ଦ୍ଦେଶ ପରେ, ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଭଏସ୍ ଏବଂ ଏସଏମଏସ୍ ପ୍ଲାନ୍ ଆଣିଛନ୍ତି, ହେଲେ ଏହାର ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଛି । ଦେଶର ଏକମାତ୍ର ସରକାରୀ କମ୍ପାନୀ BSNLର ଏପରି ଏକ ରିଚାର୍ଜ ପ୍ଲାନ୍ ଅଛି ଯାହା ଉଭୟ ଡାଟା ଓ କଲିଂ ପାଇଁ ଦେଉଛି ସିବୁଧା ଏବଂ ତାହା ବି ପକେଟ୍ ଫ୍ରେଣ୍ତଲି ବଜେଟରେ ।
ଯଦି ଆପଣ କଲିଂ, ଡାଟା ଏବଂ SMS ସୁବିଧା ପାଇଁ ଏକ ଉତ୍ତମ ପ୍ଲାନ୍ ଚାହୁଁଛନ୍ତି ତେବେ BSNLର 897 ଟଙ୍କାର ରିଚାର୍ଜ କରି ପାରିବେ । 897 ଟଙ୍କାରେ ରିଚାର୍ଜ କରି ଆପଣ 180 ଦିନର ଭ୍ୟାଲିଡିଟି ପାଇ ପାରିବେ । ସାରା ଦେଶରେ ମାଗଣା କଲିଙ୍ଗର ସୁବିଧା ପାଇପାରିବେ। ଏହା ସହିତ, ପ୍ରତିଦିନ 100 ଟି SMS ମଧ୍ୟ ପାଇବେ। ସେହିପରି ବିଏସଏନଏଲ୍ 90GB ଡାଟା ମଧ୍ୟ ପ୍ରଦାନ କରୁଛି, ଯାହାକୁ 180 ଦିନ ପାଇଁ ବ୍ୟବହାର କରିପାରିବେ ।

BSNLର 797 ଟଙ୍କାର ରିଚାର୍ଜ କରି 300 ଦିନର ଭ୍ୟାଲିଡିଟି ମିଳିଥାଏ ହେଲେ ଏଥିରେ ୟୁଜର୍ସ 60 ଦିନ ପାଇଁ ଅନଲିମିଟେଡ୍ କଲିଂର ସୁବିଧା ମିଳିବ । ସେହିପରି, ଡାଟା ଏବଂ SMS ର ସୁବିଧା ମଧ୍ୟ ପ୍ରଥମ 60 ଦିନ ପାଇଁ ରହିବ । ଏହି ରିଚାର୍ଜ କରିବା ଦ୍ୱାରା, ଆପଣ ପ୍ରଥମ 60 ଦିନ ପାଇଁ ପ୍ରତିଦିନ 100 ଟି SMS ପଠାଇ ପାରିବେ ଏବଂ ପ୍ରତିଦିନ 2GB ଡାଟା ପାଇପାରିବେ।












Click it and Unblock the Notifications