Get Updates
Get notified of breaking news, exclusive insights, and must-see stories!

BSKY vs Ayushman Card: ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ‘ଆୟୁଷ୍ମାନ' କାର୍ଡ: BSKY ଠାରୁ କେତେ ଭଲ Ayushman ?

ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍‌ସି (ଏନ୍‌ଏଚ୍‌ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି।

ଫେବ୍ରୁଆରି ମାସରେ କାର୍ଡ ବଣ୍ଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ କ'ଣ ପରିବର୍ତ୍ତନ ହେବ ଓ ହିତାଧିକାରୀ କେଉଁ ସୁବିଧା ପାଇବେ ତାହାକୁ ନେଇ ତୃଣମୂଳସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' (ଜିଜେଏୱାଇ) ଓ 'ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା'ର ମିଶ୍ରଣ ହେବ।

ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୧.୦୩କୋଟି ପରିବାରଙ୍କୁ ଚିକିତ୍ସା ସୁବିଧା ମିଳିବ। ତହିଁରୁ ୬୭ଲକ୍ଷ ହିତାଧିକାରୀ ଆୟୁଷ୍ମାନ ଭାରତ ଓ ବଳକା ୩୩ଲକ୍ଷରୁ ଅଧିକ ହିତାଧିକାରୀ ଜିଜେଏୱାଇରେ ସାମିଲ ହେବେ। ମାତ୍ର ସମସ୍ତ କୋଟିଏ ହିତାଧିକାରୀଙ୍କୁ ଗୋଟିଏ ପ୍ରକାରର ଦିଆଯିବ। ପୁରୁଷଙ୍କୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ।

BSKY vs Ayushman Card

ପୂର୍ବରୁ ଗୋଟିଏ ପରିବାରର ହିତାଧିକାରୀଙ୍କୁ ଦୁଇଟି କାର୍ଡ ଦିଆଯାଉଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ‌ଗୋଟିଏ ଲେଖାଏ କାର୍ଡ ଦିଆଯିବ। ଯାହାଫଳରେ ପରିବାରର ‌ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ସୁବିଧା ପାଇପାରିବେ। ଦେଶବ୍ୟାପୀ ୩୦ହଜାର ଡାକ୍ତରଖାନାରେ ଏହି କାର୍ଡ ଜରିଆରେ ରୋଗୀ ଚିକିତ୍ସା ପାଇପାରିବେ। ଯାହାଫଳରେ ରାଜ୍ୟ ସରକାରଙ୍କ ଜିଜେଏୱାଇ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ। ପୂର୍ବର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ବା ବର୍ତ୍ତମାନର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ)ରେ ରାଜ୍ୟ ବାହାରର ପ୍ରାୟ ୧୫୦ ଡାକ୍ତରଖାନା ଅନୁବନ୍ଧିତ ହୋଇଥିଲେ। 'ଆୟୁଷ୍ମାନ ଭାରତ' ଲାଗୁ ହେବା ପରେ ଏସବୁ ହସ୍ପିଟାଲ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବାଦ୍ ପଡ଼ିବେ।

ସେହିପରି ପୂର୍ବର ବିଏସ୍‌କେୱାଇରେ ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା କରିଛନ୍ତି ତାହାର ଯାଞ୍ଚର ମାସକ ପରେ ଅର୍ଥ ଦିଆଯାଉଥିଲା। ଅର୍ଥାତ୍ ହସ୍ପିଟାଲମାନେ ଚିକିତ୍ସା ବାବଦ ଅର୍ଥ ପାଇଲା ବେଳକୁ ପ୍ରାୟ ଦେଢ଼ ମାସ ଲାଗି ଯାଉଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ କ୍ଲେମ୍ ବା ରୋଗୀ ଚିକିତ୍ସା ଅନୁଯାୟୀ ତୁରନ୍ତ ଅର୍ଥ ମିଳିବ। ଡାକ୍ତରଖାନାମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ମାସରେ ଏକାଧିକ ଥର କ୍ଲେମ୍ କରିପାରିବେ। ପୂର୍ବ ତୁଳନାରେ କମ୍ ଦିନରେ ହସ୍ପିଟାଲମାନେ ସେମାନଙ୍କ ଚିକିତ୍ସା ବାବଦ ଅର୍ଥ ପାଇବେ ବୋଲି ସୂଚନା ମିଳିଛି। ସ୍ବାସ୍ଥ୍ୟ ବୀମା ଯୋଜନାରେ ଡାକ୍ତରଖାନାମାନେ ମନଇଚ୍ଛା ଓ ଅନେକ ଜାଲ୍‌ ବିଲିଂ କରୁଥିବା ଅଭିଯୋଗ ହୋଇଆସୁଛି। ଏହାକୁ ରୋକିବା ପାଇଁ ରାଜ୍ୟରେ ଏକ ଠକେଇ ନିରୋଧୀ ୟୁନିଟ୍‌(ଏସ୍‌ଏଏଫ୍‌ୟୁ) ଗଠନ କରାଯିବ। ‌ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଅନେକ କର୍ମଚାରୀଙ୍କୁ ଏହି ୟୁନିଟ୍‌ରେ ରଖାଯିବ। ସେମାନେ ହସ୍ପିଟାଲମାନଙ୍କରୁ ଆସୁଥିବା ବିଲ୍‌ର ଯାଞ୍ଚ କରିବେ। ଏହା ସହ ଜିଲ୍ଲାସ୍ତରରେ ଜିଲ୍ଲା ଭିଜିଲାନ୍‌ସ ୟୁନିଟ୍‌ ମଧ୍ୟ ଗଠନ କରାଯିବ। ଡାକ୍ତରଖାନାଙ୍କ ସନ୍ଦିଗ୍ଧ କ୍ଲେମ୍‌ ଗୁଡ଼ିକର ଯାଞ୍ଚ ପାଇଁ ଏଆଇ ସହାୟତା ନିଆଯିବ। ଏଆଇ ସଫ୍‌ଟୱେର ଜରିଆରେ ଯାଞ୍ଚ କରାଯାଇ ଟଙ୍କା ପୈଠ କରାଯିବ ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+