BSKY ନବୀନ କାର୍ଡ: ଜଲଦି କରିନ୍ତୁ ଆବେଦନ, ୨ ଦିନ ପରେ ବନ୍ଦ ହୋଇଯିବ ପଞ୍ଜୀକରଣ
BSKY Nabin Card: BSKY ନବୀନ କାର୍ଡର ସୁବିଧା ପାଇବା ପାଇଁ ହେଲେ ତୁରନ୍ତ ଆବେଦନ କରି ନିଅନ୍ତୁ । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ଜାନୁଆରୀ ୨୬ ତାରିଖ ପରେ ଆପଣ ଆଉ ଏହି ସୁବିଧା ପାଇବେ ନାହିଁ । ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ଭାବେ ସରକାରୀ BSKY ନବୀନ କାର୍ଡ ଆରମ୍ଭ କରିଥିଲେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ।
ସୂଚନା ଅନୁସାରେ ଜାନୁଆରୀ ୬ ତାରିଖରେ BSKY ନବୀନ କାର୍ଡରେ ପଞ୍ଜିକରଣ ଆରମ୍ଭ କରାଯାଇଥିଲା । ଯାହାକି ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଥିଲା ଯାହା ପରେ ଜାନୁଆରୀ ୨୬ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଅନଲାଇନ୍ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ । ତେଣୁ ଅନଲାଇନ୍ ପଞ୍ଜିକରଣ କରିବାର ଅବଧି ଆଉ ମାତ୍ର ୨ ହିଁ ରହିଛି । ତେଣୁ ଖବର ଏହା ମଧ୍ୟ ରହିଛି ଯେ ଆଗକୁ ଆହୁ ସମୟ ସୀମା ବୃଦ୍ଧି କରାଯାଇ ନ ପାରେ ।

BSKY ନବୀନ କାର୍ଡ ପାଇଁ ଯୋଗ୍ୟତା
ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ପରିବାର ଆର୍ଥିକ ବର୍ଷ ୨୦୨୨-୨୩ରେ ପରିବାରର କୌଣସି ସଦସ୍ୟ ଆୟକରଦାତା ଶ୍ରେଣୀରେ ନଥିବେ, କୌଣସି ପରିବାର ସଦସ୍ୟ ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ନା BSKY କିମ୍ବା ରେସନ କାର୍ଡ ଧାରକ ହୋଇନଥିବେ।
ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି ।
BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications