BSKY ନବୀନ କାର୍ଡ; ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ୍ ପଞ୍ଜୀକରଣ ବୃଦ୍ଧି

BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି । ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ୍ ପଞ୍ଜୀକରଣ ବୃଦ୍ଧି ପାଇଛି । ଅନଲାଇନ୍ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ରାଜ୍ୟ ସରକାର ଏହାକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି ।

BSKY nabin card

BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+