Get Updates
Get notified of breaking news, exclusive insights, and must-see stories!

BSKY ଦେଲା ନୂଆ ଜୀବନ, ବିନା ମୂଲ୍ୟରେ ହେଲା ଚିକିତ୍ସା

Odisha: Bsky Gives New Life.BSKY ଦେଲା ନୂଆ ଜୀବନ, ବିନା ମୂଲ୍ୟରେ ହେଲା ଚିକିତ୍ସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରୁଛି । ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି ରାଜ୍ୟବାସୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ବା BSKY ଯୋଗୁଁ ନୂଆ ଜୀବନ ପାଇଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀ ମୁକୁନ୍ଦପୁର ଗାଁର ୪୧ ବର୍ଷିୟ ସୁରେନ୍ଦ୍ର ପ୍ରଧାନ , ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ -ବଡାଲ୍ ଗାଁର ୧୯ ବର୍ଷ ବୟସ୍କ ଜଗତ ଜୀବନ ମାନଧାତା ।

BSKY

ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ପାଇଁ ବାଣ ଫୁଟିଯିବାରୁ ତିନିଜଣ ଯୁବକଙ୍କ ଶରୀର ବହୁ ଅଂଶରେ ପୋଡିଯାଇଥିଲା । ଦିନ ମଜୁରିଆ ପରିବାର ପାଇଁ ଚିକିତ୍ସା ସାଜିଥିଲା କାଳ । ପ୍ରଥମେ ଗାଉଁଲି ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଏହି ଚିକିତ୍ସାରୁ ସେତେ ଲାଭ ମିଳିପାରୁ ନଥିଲା । ଏହା ଦେଖି ଗାଁର ଜଣେ ଯୁବକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଜୁନ୍ ୬ ତାରିଖରେ ୧୦୮ ଆମ୍ବୁଲାନ୍‌ସ୍ ଡକାଇ ସମ୍ ହସ୍‌ପିଟାଲରେ ପହଞ୍ଚିଥିଲେ ବୋଲି କହିଛନ୍ତି ୪୧ ବର୍ଷିୟ ସୁରେନ୍ଦ୍ର ପ୍ରଧାନ । ହେଲେ ଏତେ ବଡ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବତ ! ଟଙ୍କା ମାଗିବେନିତ ! ଏପରି ଅନେକ ପ୍ରଶ୍ନ ତାଙ୍କ ମନକୁ ଆସିଥିଲା । ହେଲେ ବି.ଏସ୍.କେ.ୱାଇ କାଉଣ୍ଟରରେ ଥିବା ଅଫିସରଙ୍କ ସାହାଯ୍ୟରେ ସେମାନଙ୍କର ବିନା ଟଙ୍କାରେ ଆଡ୍‌ମିଶନ ଓ ଚିକିତ୍ସା ଆରମ୍ଭ ହୋଇଥିଲା । ଡ଼ାକ୍ତର , ନର୍ସ ସମସ୍ତେ ତୁରନ୍ତ ଚିକିତ୍ସା କରିଥିଲେ । ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା ମାଗଣାରେ ହେଇଥିଲା ବୋଲି ମଧ୍ୟ କହିଛନ୍ତି ସୁରେନ୍ଦ୍ର ପ୍ରଧାନ ।

BSKY 1

ପ୍ରାୟ ଦେଢ଼ମାସ ଚିକିତ୍ସା ପରେ ପ୍ରଥମେ ସୁରେନ୍ଦ୍ର ପ୍ରଧାନ ଭଲ ହୋଇ ଘରୁକୁ ଫେରିଥିଲେ । ସେହିପରି ଜଗତ ଜୀବନଙ୍କର ମଧ୍ୟ ଦେଢ଼ମାସ କାଳଡାକ୍ତରଖାନାରେ ଚିକିତ୍ସା ହୋଇଥିଲା ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ ହୋଇଥିଲା ଶେଷରେ ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପ୍ରତୀକର ଦେହ ଅଧିକ ପୋଡିଯାଇଥିବାରୁ ସେ ପ୍ରାୟ ୨ ମାସ ଡାକ୍ତରଖାନାରେ ରହିଥିଲେ । ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ । କାର୍ଡରେ ଥିବା ୫ ଲକ୍ଷ ଟଙ୍କା ଶେଷ ହୋଇଯାଇଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ୱାଟସ୍ଆପରେ ମେସେଜ୍‌ କରି ସୂଚନା ଦେଇଥିଲେ । ଯାହା ପରେ ତାଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଡାକ୍ତରଖାନ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଥିଲା । ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେବି ସମ୍ ହସ୍‌ପିଟାଲରେ ସବୁ ପ୍ରକାର ଚିକିତ୍ସା କରାଯାଇଥିଲା ।

BSKY 4

ମୁଖ୍ୟମନ୍ତ୍ରୀଙ୍କ BSKY କାର୍ଡ଼ , ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗଙ୍କର ସହଯୋଗ ଯୋଗୁ ଅମେ ସମସ୍ତେ ବଞ୍ଚିଗଲୁ ବୋଲି କହିଛନ୍ତି ସୁରେନ୍ଦ୍ର ପ୍ରଧାନ ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ , ମୁଖ୍ୟ ଶାସନ ସଚିବ , ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ , ଡ଼ାକ୍ତର , ନର୍ସ ଓ କର୍ମଚାରୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+