Get Updates
Get notified of breaking news, exclusive insights, and must-see stories!

BSKY ପାଲଟିଛି ବ୍ରହ୍ମାସ୍ତ୍ର: ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ବାହାରେ ମାଗଣା ଚିକିତ୍ସା ପାଇଛନ୍ତି ୯୧,୫୦୦ ଓଡିଆ

ଭୁବନେଶ୍ୱର: BSKY ପାଲଟିଛି ବ୍ରହ୍ମାସ୍ତ୍ର । କେବଳ ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରେ ରହୁଥିବା ଗରିବ ଓଡ଼ିଆଙ୍କୁ ବି ମିଳୁଛି ଚିକିତ୍ସା ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ "ସୁସ୍ଥ ଓଡିଶା - ସୁଖୀ ଓଡିଶା' ଆହ୍ବାନ ସାକାର ଦିଗରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ( BSKY) ଦୃତ ଅଗ୍ରଗତି କରିଛି । ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍‌ମାନେ ଅଧ‌ିକରୁ ଅଧିକ ସଂଖ୍ୟାରେ ଏଥରେ ସାମିଲ ହୋଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ୱସ୍ତରୀୟ ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ଇତି ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ଗୁଣାତ୍ମକ ସ୍ଵାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍‌ଲାଇନରେ ଦାଖଲ କରିଥିବା ବିଲ ଗୁଡିକର ସମୟାନୁବନ୍ଧିତ ପଇଠ ନିଶ୍ଚିତ କରାଇବା ପାଇଁ ଶ୍ରୀମତୀ ପଣ୍ଡିତ ସମିତିର ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

bsky

ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ ଟି ରାଜ୍ୟ ସ୍ଥିତ ପ୍ରମୁଖ ସହର ମାନଙ୍କରେ ଅବସ୍ଥିତ ୧୧୫ ଟି ସୁପର ସ୍ପେସାଲିଟି ବିଶ୍ବସ୍ତରୀୟ ହସ୍ପିଟାଲ୍ ବିଏସ୍ କେୱାଇରେ ସାମିଲ ହୋଇଛନ୍ତି । ଏହି ସବୁ ରାଜ୍ୟରେ ବିଭିନ୍ନ କାରଣରୁ ଅସ୍ଥାୟୀଭାବେ ରହୁଥ‌ିବା ଓଡିଆ ଲୋକମାନେ ମାଗଣାରେ ଉଚ୍ଚମାନର ଚିକିତ୍ସା ସୁବିଧା ପାଇପାରୁଛନ୍ତି ।

ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନସର ପ୍ରତିଷ୍ଠାନ, କଲକତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସାନାଗୁରର ହୋମିବାବା କ୍ୟାନସର ହସ୍ପିଟାଲ୍, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ୍, ମୁମ୍ବାଇର ଆଡଭାନ୍ସ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ, ଟାଟା ମେମୋରିଆଲ ହସ୍ପିଟାଲ ଆଦି ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନମାନେ ବିଏସ୍ କେୱାଇରେ ସାମିଲ ହୋଇଛନ୍ତି ।

ଏହାଛଡା ଚେନ୍ନାଇ, ଡେହେରାଡୁନ୍, ବାଶି, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଅମ୍ରିତସର, ଫରିଦାବାଦ, ଗୁରଗାଓଁ, ଜୟପୁର, ନଇଡା, ଲୁଧ୍ଵନା, ନୂଆଦିଲ୍ଲୀ, ଆଦି ସ୍ଥାନରେ ଥ‌ିବା ଫୋର୍ଟିସ୍ ଗୃପର ୨୪ଟି ହସ୍ପିଟାଲ ଏବଂ ନାରାୟଣ ହୃଦୟାଳୟର ୭ଟି ବିଶ୍ବ ସ୍ତରୀୟ ହସ୍ପିଟାଲ୍‌ମାନେ ମଧ୍ୟ ବିଏସ୍ କେୱାଇ ସହ ସହଭାଗିତା ସୂତ୍ରରେ ସଂଯୁକ୍ତ ହୋଇଛନ୍ତି ।

ବିଶାଖାପାଟଣା, ରାଇପୁର, ଜାମସେଦପୁର, ସୁରଟ, ସିରିକାକୁଲମ, ମଦୁରାଇ, ହାଇଦ୍ରାବାଦ, ରାଇଘର, ଦ୍ବାରକାନଗର, ବିଜୟନଗରମ ଆଦି ସହରର ପ୍ରମୁଖ ସୁପର ସ୍ପେସାଲିଟି ହସ୍ପିଟାଲମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀ ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟ ବାହାର ହସ୍ପିଟାଲମାନଙ୍କରେ ପ୍ରାୟ ୯୧,୫୦୦ ଓଡିଆ ଲୋକମାନେ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଛନ୍ତି । ଅନୁବନ୍ଧିତ ହସ୍ପିଟାଲମାନଙ୍କ ବିଷୟରେ ଆବଶ୍ୟକୀୟ ସୂଚନା ଜନସାଧାରଣଙ୍କ ଅବଗତି ନିମନ୍ତେ ବିଏସ୍‌ୱାଇ ଓଡିଶା ୱେବ୍‌ସାଇଟ୍‌ରେ ଦିଆଯାଇଛି ।

ହସ୍ପିଟାଲମାନଙ୍କୁ ନିୟମିତ ପରିଦର୍ଶନ କରି ରୋଗୀ ମାନଙ୍କୁ ମିଳୁଥ‌ିବା ସୁବିଧା ସୁଯୋଗ ଉପରେ ନଜର ରଖ୍ ନିମନ୍ତେ ଉଭୟ ଓଡିଶା ଓ ଓଡିଶା ବାହାର ରାଜ୍ୟମାନଙ୍କରେ ୫୪ ଜଣ ଜିଲ୍ଲା ସଂଯୋଜକ କାର୍ଯ୍ୟରତ ଅଛନ୍ତି । ହସ୍ପିଟାଲ ସ୍ତରରେ ଆବଶ୍ୟକୀୟ ସୂଚନା ପ୍ରଦାନ, ଡାକ୍ତରଙ୍କ ସହ ଯୋଗାଯୋଗ, ଆଡମିସନ ଏବଂ ଚିକିତ୍ସା ପରେ ଡିସ୍ଟାର୍ଯ ଆଦି କାର୍ଯ୍ୟରେ ରୋଗୀମାନକୁ ପ୍ରତ୍ୟକ୍ଷ ସହଯୋଗ କରିବା କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୭୭୩ ସ୍ବାସ୍ଥ୍ୟମିତ୍ର କର୍ମତତ୍ପର ଅଛନ୍ତି । ବିଏସ୍ କେୱାଇ ସାର୍ବଜନୀନ ଓ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନବୀନ ରୂପାନ୍ତରଣ ଆଣିଛି । ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୁଭନନ୍ଦ ମହାପାତ୍ରଙ୍କ ସମେତ ସମିତିର ବରିଷ୍ଠ ଅଧ୍ବକାରୀ ମାନେ ସମୀକ୍ଷା ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+