Matric Result: କେମିତି ଦେଖିବେ ମ୍ୟାଟ୍ରିକ ପରୀକ୍ଷା ଫଳ ? ଚାଲନ୍ତୁ ଜାଣିବା

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି । ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।

କେମିତି ଦେଖିବେ ରେଜଲ୍ଟ:

  • www.bseodisha.ac.in ରେଜଲ୍ଟ ଦେଖିପାରିବେ
  • ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।
  • ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ ।

ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।

www.bseodisha.ac.in ରେଜଲ୍ଟ ଦେଖିପାରିବେ
ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।
ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

how to check matric result

ସନ୍ଧ୍ୟା 7ଟା ପରେ ରେଜଲ୍ଟ ଡାଉନଲୋଡ କରିପାରିବେ:

ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ଆସନ୍ତାକାଲି(ଶୁକ୍ରବାର) ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ବର୍ଷ କେତେ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା ?

ଚଳିତ ବର୍ଷ 5 ଲକ୍ଷ 22 ହଜାର 336 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର୍ଥୀ 600 ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ 50 ମାର୍କ ସବଜେକ୍ଟିଭ ଥିବା ବେଳେ 50 ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ତେବେ ଚଳିତ ବର୍ଷ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ।

ପରୀକ୍ଷା କିପରି ତ୍ରୃଟିଶୂନ୍ୟ ହେବ ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥର 286ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିବା ବେଳେ 314ଟି ନୋଡାଲ ସେଣ୍ଟରର ଭିଡିଓ ଲାଇଭ କରାଯାଇଥିଲା । ଏଆଇ କ୍ୟାମେରା ମାଧ୍ୟମରେ ପରୀକ୍ଷାକୁ ନଜର ରଖାଯାଇଥିଲା । ଏଥିପାଇଁ ବୋର୍ଡ ରୁମରେ କଣ୍ଟ୍ରୋଲ ରୁମ କରାଯାଇଥିଲା । ଏଥର ପରୀକ୍ଷା ତ୍ରୁଟିଶୂନ୍ୟ ହୋଇଥିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+