Matric Result: ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ, ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

କଟକ: ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ । କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍‌ ହାର ରହିଛି ୯୪.୯୩%। ଚଳିତବର୍ଷ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପିଲା ପାସ୍‌ କରିଛନ୍ତି।୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍‌ ହୋଇଛନ୍ତି।

ତେବେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି। ସନ୍ଧ୍ୟା ୬ଟା ପରେ ଛୀତ୍ରୀଛାତ୍ର ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ www.bseodisha.ac.in ଏବଂ www.orissaresults.nic.inରେ ସେମାନଙ୍କର ଫଳାଫଳ ଦେଖିପାରିବେ।

କେମିତି ଦେଖିବେ ରେଜଲ୍ଟ:

www.bseodisha.ac.in ରେଜଲ୍ଟ ଦେଖିପାରିବେ

ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।

ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ ।

ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।

www.bseodisha.ac.in ରେଜଲ୍ଟ ଦେଖିପାରିବେ
ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।
ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

BSE Matric Result
ସନ୍ଧ୍ୟା 7ଟା ପରେ ରେଜଲ୍ଟ ଡାଉନଲୋଡ କରିପାରିବେ:

ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ଆସନ୍ତାକାଲି(ଶୁକ୍ରବାର) ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ବର୍ଷ କେତେ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା ?

ଚଳିତ ବର୍ଷ 5 ଲକ୍ଷ 22 ହଜାର 336 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର୍ଥୀ 600 ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ 50 ମାର୍କ ସବଜେକ୍ଟିଭ ଥିବା ବେଳେ 50 ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ତେବେ ଚଳିତ ବର୍ଷ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ।

ପରୀକ୍ଷା କିପରି ତ୍ରୃଟିଶୂନ୍ୟ ହେବ ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥର 286ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିବା ବେଳେ 314ଟି ନୋଡାଲ ସେଣ୍ଟରର ଭିଡିଓ ଲାଇଭ କରାଯାଇଥିଲା । ଏଆଇ କ୍ୟାମେରା ମାଧ୍ୟମରେ ପରୀକ୍ଷାକୁ ନଜର ରଖାଯାଇଥିଲା । ଏଥିପାଇଁ ବୋର୍ଡ ରୁମରେ କଣ୍ଟ୍ରୋଲ ରୁମ କରାଯାଇଥିଲା । ଏଥର ପରୀକ୍ଷା ତ୍ରୁଟିଶୂନ୍ୟ ହୋଇଥିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+