Get Updates
Get notified of breaking news, exclusive insights, and must-see stories!

ଅଙ୍ଗାରକାମ୍ଳ କମାଇଲେ ମିଳିବ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌ ) ମଧ୍ଯ ନିଜର ନୂଆ ଯୋଜନା ମାଧ୍ଯରେ ରାଜ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ହ୍ରାସ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ନୀଳ ନକ୍ସା ଆରମ୍ଭ କରିଛି ।

ଭୁବନେଶ୍ବର: ରାଜ୍ୟ ତଥା ଦେଶରେ ବଢୁଥିବା ଅଙ୍ଗାରକାମ୍ଳ ଗ୍ୟାସକୁ ହ୍ରାସ କରିବା ଉପରେ ଗୁରୁତ୍ନ ଦିଆଯାଉଛି । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବପାଇଁ ଆହ୍ଵାନ ହୋଇଥବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍‌ ବୃଦ୍ଧି ମଧ୍ଯ ଚିନ୍ତା ବଢାଇଛି । ତେଣୁ ଏହି ଗ୍ୟାସକୁ ହ୍ରାସ କରିବା ସହ ସବୁଜଗୃହକୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡ଼ିଛି ।

Reducing Carbon Dioxide

ଏହି କ୍ରମରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌ ) ମଧ୍ଯ ନିଜର ନୂଆ ଯୋଜନା ମାଧ୍ଯରେ ରାଜ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ହ୍ରାସ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ନୀଳ ନକ୍ସା ଆରମ୍ଭ କରିଛି । ଏହି କ୍ରମରେ କାର୍ବନ କ୍ରେଡିଟ୍‌ ଯୋଜନା ହାତକୁ ନିଆଯାଇଥିବା ବେଳେ ଏହି ଯୋଜନାରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ଏକ ଟନ୍‌ ହ୍ରାସ ହେଲେ ଏହାକୁ କାର୍ବନ୍‌ କ୍ରେଡିଟ୍‌ ବୋଲି ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ଏହା ଦ୍ବାରା ଅଙ୍ଗାରକାମ୍ଳ ହ୍ରାସ ହେବା ସହିତ କାର୍ବନ କ୍ରେଡିଟ୍‌ ହେଉଛି । ସେହିପରି ସୌର ଶକ୍ତିର ବ୍ୟବହାର କରିବା ସହିତ ଅଣ ପାରମ୍ପରିକ ପ୍ରଯୁକ୍ତି ବିଦ୍ୟାକୁ ହ୍ରାସ କରିବା ଉପରେ ମଧ୍ୟ ରାଜ୍ୟରେ ପଦକ୍ଷେପ ନିଆଯାଉଛି ।

ଏଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବା ବେଳେ ଏହି ବିକଳ୍ପ ବ୍ୟବହାରକୁ ଆଗକୁ ଆହୁରି ପ୍ରୋତ୍ସାହିତ କରାଯିବ। ଏହି ସବୁ କାର୍ଯ୍ୟ କରିବା ପରେ ଗୋଟିଏ ସଂସ୍ଥା ଦ୍ବାରା ଏହା ଅଡିଟ୍‌ କରାଯାଇ ନିର୍ଗମନ ହ୍ରାସ ସମ୍ବନ୍ଧିୟ ତଥ୍ୟ ହାସଲ କରାଯିବ ଓ ପରେ ଏହାର ପ୍ରମାଣପତ୍ର ଦାଖଲ କରି ଅର୍ଥରାଶି ମିଳିବ ବୋଲି ସୂଚନା ଦିଆଯାଇଛି । ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇ ସ୍ମାର୍ଟସିଟିର ସିଏମଡି ସଞ୍ଜୟ ସିଂ କହିଛନ୍ତି, ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅଙ୍ଗାରକାମ୍ଳ ହ୍ବାସ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିବା ବେଳେ ଏହାକୁ ଗୁରୁତର ସହ ନିଆଯାଉଛି । ଏହି ଯୋଜନା ଅନୁଯାୟୀ ଆଗକୁ ରାଜ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ କମ୍‌ ହେବା ଭଳି ଯୋଜନା ହାତକୁ ନିଆଯିବ। ଯେଉଁ କାର୍ଯ୍ୟ ଦ୍ବାରା ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନର ସମ୍ଭାବନା ଥିବା କାର୍ଯକୁ କମାଯାଇ ବିକଳ୍ପ ପନ୍ଥା ଗ୍ରହଣ କରାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+