ରାଜଧାନୀର ଏହି ସ୍ଥାନରୁ ଜବତ ହେଲା ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର
ରାଜଧାନୀର ଏହି ସ୍ଥାନରୁ ଜବତ ହେଲା ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ମାତିଛନ୍ତି ନିଶା ବେପାରୀ । ପୁଣି ଜବତ ହେଲା ଧଳା ଜହର । ଅପରେସନ ହ୍ୱାଇଟ୍ ସ୍ପାଇଡର ଅଭିଯାନ ଜାରି ରହିବା ସତ୍ୱେ ବେଧଡକ ଚାଲିଛି ବ୍ରାଉନସୁଗାରର କାରବାର । ଆଜି କମିସନରେଟ୍ ପୋଲିସ ରାଜଧାନୀରର ଭରତପୁର ଅଞ୍ଚଳରୁ ୧୨ ଗ୍ରାମ୍ ଧଳା ଜହର ଜବତ କରିଛି ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି ।

କୌଣସି ସୂତ୍ରରୁ ସୂଚନା ପାଇବା ପରେ ଭରତପୁର ପୋଲିସ ଘଟଣା ସ୍ଥଳରେ ଚଢାଉ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଏବଂ ଏକ ଦେଶୀ ବନ୍ଧୁକ ଜବତ କରିଛି । ବର୍ତ୍ତମାନ ପୋଲିସ ଉକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି । ଗିରଫ ବ୍ୟକ୍ତି ଜଣକ ବ୍ରାଉନସୁଗାର ଓ ଚୋରା ବନ୍ଧୁକ ଲିଙ୍କ୍ କାମ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications