୨୬ ଲକ୍ଷର ବ୍ରାଉନ ସୁଗର ଜବତ
Crime News: କଟକରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ୨ ଜଣଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଦୁଇ ଅଭିଯୁକ୍ତଙ୍କ ପରିଚୟ ମିଳିଛି ଜଣେ ହେଲେ ମୁର୍ଶିଦାବାଦର ଈଶ୍ୱର ମାହାରା ଏବଂ ବୁଧୁ ରାୟା । ଗିରଫ ସମୟରେ ଉଭୟଙ୍କ ନିକଟରୁ ୨ ଲକ୍ଷ ଟଙ୍କା କ୍ୟାସ୍ ଏବଂ ଏକ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି ।

ସୂଚନା ଅନୁସାରେ, ମୁର୍ଶିଦାବାଦରୁ ବ୍ରାଉନ ସୁଗର ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଦବା ବେଳେ କୌଣସି ସୂତ୍ରରୁ ଖବର ପାଇ କଟକ ଚାଉଳିଆଗଞ୍ଜ ଥାନା ପୋଲିସ କାଳିଆ ବୋଦା ନିକଟରେ ଚେକିଂ ଆରମ୍ଭ କରିଥିଲା ।ଯାହା ପରେ ଅଭୁଯୁକ୍ତଙ୍କ ଠାରୁ ବ୍ରାଉନ୍ ସୁଗାର ଏବଂ କ୍ୟାସ୍ ମଧ୍ୟ ଜବତ କରାଯାଇଥିଲା ।
କ୍ଷରୁ ଯାରି କରାଯାଇଥିବା ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ମୁର୍ଶିଦାବାଦରୁ ଖୋର୍ଦ୍ଧା ବ୍ରାଉନ୍ ସୁଗାର ନେଉଥିଲେ ଏପରିକି ସେ ଭଦ୍ରକ ନିକଟରେ ମଧ୍ୟ କିଛି ବ୍ରାଉନ ସୁଗାର ବିକିଥିଲେ । ବର୍ତ୍ତମାନ ଉଭୟଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।












Click it and Unblock the Notifications