ରାଜଧାନୀରେ ଧଳାଜହର କାରବାର, ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର
ରାଜଧାନୀରେ ଧଳାଜହର କାରବାର, ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଧଳାଜହର କାରବାର । ରାଜଧାନୀରୁ ପୁଣି ଜବତ ହେଲେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର । ଭୁବନେଶ୍ୱର ନୟପଲ୍ଲୀ ରେଣ୍ଟାଲ କଲୋନୀ ଅଞ୍ଚଳରୁ ୧୦୦ ଗ୍ରାମର ବ୍ରାଉନ୍ସୁଗାର ଜବତ ହେବା ସହ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଆଜି ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ୩ ଜଣ ପୁରୀର ଏବଂ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ରହିଛି । ୪ଟି ମୋବାଇଲ ସହ କାର ମଧ୍ୟ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର ହେଉଥିବା ନେଇ ପୋଲସକୁ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଉକ୍ତ ସ୍ଥାନରେ ଚଢାଉ କରି ୧୦୦ ଗ୍ରାମର ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ସେହିପରି ଧଳାଜହର କାରବାର କରୁଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଜବତ ହୋଇଥିବା ବ୍ରାଉନ୍ସୁଗାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି ।
ସେହିପରି ଚଳିତ ମାସ ୬ ତାରଖରେ ବାଲିପଟଣାରୁ ମଧ୍ୟ ୨ ଲକ୍ଷ ଟଙ୍କା ମୂଲ୍ୟରେ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସୂଚନା ଅନୁସାରେ ଅଠାନ୍ତର ଭୋଇସାହି ନିକଟରେ ସରଜୁ ନାମକ ବ୍ୟକ୍ତି ପାନ ଦୋକାନରେ ବ୍ରାଉନସୁଗାର କାରବାର କରୁଥିଲା । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପୁଲିସ୍ ପାଖରେ କିଛି ପ୍ରମାଣ ନଥିବାରୁ ତାକୁ ଧରିପାରୁନଥିଲା। ଶେଷରେ ବିଶେଷ ସୂତ୍ରରୁ ଖବର ପାଇ ବାଲିପାଟଣା ପୋଲିସ ସରଜୁ ଗରିଫ କରିଥିଲା ଏବଂ ତାଙ୍କ ନିକଟରୁ ୨୧ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଯାଇଥିଲା ।












Click it and Unblock the Notifications