ବାଲିଆନ୍ତାରୁ ୪୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ
ବାଲିଆନ୍ତାରୁ ୪୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ,ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର
ଭୁବନେଶ୍ୱର: ୪୦ ଲକ୍ଷର ବ୍ରାଉନସୁଗାର ଜବତ । ୩ ବାପାରୀଙ୍କୁ ଗିରଫ କଲା ପୋଲିସ । ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଆନ୍ତାରେ ପୋଲିସ ଚଢାଉ କରି ୪୦ ଲକ୍ଷ ଟଙ୍କାର ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୂଜା ପୂର୍ବରୁ ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ଉପରେ ରଖୁଛି ନଜର । ଭୁବନେଶ୍ୱର ଓ କଟକରେ ନିଶା କାରବାର କମ୍ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ତେବେ ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଆନ୍ତାରେ ରେଡ୍ କରାଯାଇଥିଲା ଯେଉଁଥିରେ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ବାପାରୀଙ୍କୁ ଗିରଫ କରାଯାଇଥିଲା ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ












Click it and Unblock the Notifications