ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲରେ ଏକ୍ଜିଟ ପୋଲ୍ ପ୍ରସାରଣ; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଥିବାରୁ ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଓଡ଼ିଶା ସିଇଓଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ । ୨୯ ତାରିଖରେ ଏକ୍ଜିଟ ପୋଲ୍ ପ୍ରସାରଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି ।
କଟକଣା ସମୟରେ ପ୍ରସାରଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। କାର୍ଯ୍ୟାନୁଷ୍ଠାନ ସହ ଆଜି ସଂଧ୍ୟା ୫ଟା ୩୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ। ଜୁନ୍ ୧ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି ।

ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ) ଅନୁସାରେ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି। ଚଳିତ ନିର୍ବାଚନରେ ଏପ୍ରିଲ ୧୯ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ୍ ପୋଲ୍ ପ୍ରସାରଣ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି ।
ବିଜେପି ଏନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ତୁରନ୍ତ ସମ୍ପୃକ୍ତ ଟିଭି ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବିଜେପିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଗତକାଲି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବିଜେପି ଅଭିଯୋଗ କରିଥିଲା ଯେ, ଟିଭି ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ)କୁ ଉଲ୍ଲଘଂନ କରି ଏକଜିଟ୍ ପୋଲ୍ ପ୍ରସାରଣ କରିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଉଲ୍ଲଘଂନ କରାଯାଇଛି, ଯାହାକି ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରୁଛି।
ଅନ୍ୟପକ୍ଷରେ ଘରୋଇ 'ନନ୍ଦିଘୋଷ ଟିଭି' ଏକ୍ସ ମାଧ୍ୟମରେ ନିଜର ସଫେଇ ଦେଇ ଏହା ବୈଷୟିକ ତ୍ରୁଟିଜନିତ ଓ ଅଜାଣତରେ ହୋଇଥିବା କହିଛି । ଏହାକୁ ନିର୍ବାଚନୀ ତଥ୍ୟ ଭାବେ ଗ୍ରହଣ ନକରିବାକୁ ତା'ର ଦର୍ଶକମାନଙ୍କୁ ଅନୁରୋଧ କରିଛି ।












Click it and Unblock the Notifications