NH ୧୬ରେ ଭୁଶୁଡିଲା ବ୍ରିଜ୍; ବାଲେଶ୍ୱରରୁ ଭୁବନେଶ୍ୱର ଯାତାୟତ ଠପ୍
ଯାଜପୁର : ଭୁଶୁଡିଲା ବ୍ରିଜ୍ । ଯାଜପୁର ଜାତୀୟ ରାଜପଥ-୧୬ରେ ବ୍ରିଜ୍ ଭୁଶୁଡ଼ିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ଏହି ଅଘଟଣ ଘଟିଛି। ସୌଭାଗ୍ୟବଶତଃ ବ୍ରିଜ ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିଲା। ଯାହା ଫଳରେ କୌଣସି ଧନ ଜୀବନ କ୍ଷତି ହୋଇ ନାହିଁ।

ବ୍ରିଜ ଭୁଶୁଡିବା ଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଏବେ ଅଟକି ରହିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି ।ପ୍ରାୟ ୧୦ ଫୁଟ୍ ତଳକୁ ଦବିଯାଇଛି ବ୍ରିଜ୍ । ଯାହାଫଳରେ ଉକ୍ତ ବ୍ରିଜ୍ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ତେବେ ବ୍ରିଜ କିପରି ଦବିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଲଗାଣ ବର୍ଷା ଲାଗି ବ୍ରିଜ୍ ଦବିଛି ନା ଏହା ପଛରେ ଆଉ କାରଣ ଅଲଗା ରହିଛି, ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛି । ତେବେ ଖବର ଲେଖିବା ଯାଏଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।












Click it and Unblock the Notifications