Breaking News: ୭୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ
ରାଜ୍ୟର ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ । ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଥିଲେ ଅରୁଣ ।
ଆଜି ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅରୁଣଙ୍କ ଘର କେଉଁଝରଗଡ ହୋଇଥିବା ସମୟରେ ସେ କଟକରେ ପରିବାର ସହ ରହୁଥିଲେ ।

ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ଅନେକ ଛାପ ଛାଡିଯାଇଛନ୍ତି ଅରୁଣ । ତାଙ୍କ ମୃତ୍ୟୁରେ ଅନେକ ବରିଷ୍ଠ ସାମ୍ୱାଦିକଙ୍କ ସହ ରାଜନେତା ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ବ୍ୟକ୍ତିମାନେ ଏନେଇ ବାର୍ତ୍ତା ଦେବା ସହ ଦୁଃଖ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।












Click it and Unblock the Notifications