ଭାଙ୍ଗିଲା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ, ଦେଢ଼ କୋଟି ଗଛ ଲଗାଇ ଓଡିଶା ସ୍ଥାପନ କଲା ନୂଆ ବିଶ୍ୱକୀର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ସାରା ରାଜ୍ୟରେ ଲାଗିଛି ରେକର୍ଡ ସଂଖ୍ୟକ ଗଛ । ଦିନକ ମଧ୍ୟରେ ଲଗାଯାଇଛି ବିଭିନ୍ନ ପ୍ରଜାତିର ୧,୪୯,୧୧,୩୩୯ ଗଛ । ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ୭୫ ଲକ୍ଷ ଗଛ ଲଗାଇବାର ଧାର୍ଯ୍ୟ ଲକ୍ଷ୍ୟରୁ ପ୍ରାୟ ଦୁଇ ଗୁଣ ଗଛ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୪, ୨୧, ୬୧୮ ଗଛ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ମଧ୍ୟପ୍ରଦେଶରକୁ ଟପି ଗିନିଜ ବୁକ୍ସ ଅଫ ରେକର୍ଡରେ ସାମିଲ ହୋଇଛି ଓଡିଶା । ଫଳରେ ଓଡିଶା ସ୍ଥାପନ କରିଛି ନୂଆ ବିଶ୍ୱକୀର୍ତ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏକ ସଶ୍ରଦ୍ଧ ଉପହାର ଦେବା ପାଇଁ ପରିକଳ୍ପନାକୁ ରକ୍ଷା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ଅନନ୍ୟ ଉପହାର-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ତମ ଜନ୍ମଦିବସରେ ଓଡିଶା ଦେଇଛି ଅନ୍ୟାନ୍ୟ ଉପହାର । ଉପହାର ସ୍ୱରୂପ 'ଏକ ପେଡ୍‌ ମା କେ ନାମ୍‌ ୨.୦' ଯୋଜନା ଅଧୀନରେ ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷରୁ ଉର୍ଦ୍ଧ୍ବ ଚାରା ଲଗାଇବାକୁ ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନସାଧାରଣ, ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ସଫଳ ରୂପାୟନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଗଛ ଲଗାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାରା ରୋପଣ କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅପରାହ୍ନ ୧.୩୩ ସୁଦ୍ଧା ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ପୂରଣ ହୋଇଥିଲା । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟରୁ ପ୍ରାୟ ଦୁଇ ଗୁଣ ଗଛ ସାରା ରାଜ୍ୟରେ ଲାଗିଛି । ଦିନକ ମଧ୍ୟରେ ଲଗାଯାଇଛି ବିଭିନ୍ନ ପ୍ରଜାତିର ୧,୪୯,୧୧,୩୩୯ ଗଛ । ରାଜ୍ୟର ୭୧,୯୨୪ ଟି ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Breaking Guinness Book of World Records

ସୁନ୍ଦରଗଡ଼ରେ ସର୍ବାଧିକ, ଦେବଗଡରେ ସର୍ବନିମ୍ନ :-
ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି କନ୍ଧମାଳରେ ୭, ୧୯, ୨୭୨, ଗଞ୍ଜାମରେ ୬, ୮୯, ୪୩୯, ଅନୁଗୁଳରେ ୫, ୭୯, ୨୩୧, ନୂଆପଡାରେ ୫, ୭୨, ୪୦୭, ରାୟଗଡାରେ ୫, ୬୬, ୯୫୭, ବାଲେଶ୍ୱରରେ ୫, ୨୮, ୩୬୯, ସମ୍ୱଲପୁରରେ ୪, ୭୪, ୮୦୦, ବଲାଙ୍ଗୀରରେ ୪, ୪୪, ୨୨୦, ବୌଦ୍ଧରେ ୪, ୧୧, ୪୧୯, ଗଜପତିରେ ୪, ୧୦, ୪୬୬, ନବରଙ୍ଗପୁରରେ ୩, ୫୯, ୯୬୫, ବରଗଡ଼ରେ ୩, ୪୬, ୨୫୯, ଜଗତସିଂହପୁରରେ ୩, ୩୭, ୫୩୭, ଯାଜପୁରରେ ୩, ୩୪, ୩୫୫, କଟକରେ ୩, ୩୧, ୮୯୭, ସୁବର୍ଣ୍ଣପୁରରେ ୩, ୩୦, ୨୬୯, ଖୋର୍ଦ୍ଧାରେ ୩, ୨୨, ୧୯୪, ଢେଙ୍କାନାଳରେ ୩, ୧୪, ୪୯୧,ପୁରୀରେ ୩, ୦୯, ୮୮୯, ଝାରସୁଗୁଡ଼ାରେ ୨, ୮୮, ୨୦୯, କେନ୍ଦ୍ରାପଡାରେ ୨, ୭୩, ୭୪୯, ଭଦ୍ରକରେ ୧, ୯୭, ୬୪୨, ନୟାଗଡରେ ୧, ୯୨, ୬୧୫, ମାଲକାନଗିରିରେ ୧, ୯୨, ୪୬୫ ଗଛ ରୋପଣ ହୋଇଛି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।

ବିଭିନ୍ନ ଜିଲ୍ଲାରେ ଆଜି ଲାଗିଥିବା ଗଛ ସଂଖ୍ୟା :-
ସୁନ୍ଦରଗଡ - ୧୪, ୨୧, ୬୧୮
କୋରାପୁଟ - ୧୧, ୦୧, ୬୨୪
କେନ୍ଦୁଝର - ୧୦, ୪୨, ୯୨୭
ମୟୂରଭଞ୍ଜ - ୯, ୧୭, ୬୫୯
କଳାହାଣ୍ଡି - ୭, ୬୭, ୫୧୦
କନ୍ଧମାଳ - ୭, ୧୯, ୨୭୨
ଗଞ୍ଜାମ - ୬, ୮୯, ୪୩୯
ଅନୁଗୁଳ - ୫, ୭୯, ୨୩୧
ନୂଆପଡା - ୫, ୭୨, ୪୦୭
ରାୟଗଡା - ୫, ୬୬, ୯୫୭
ବାଲେଶ୍ୱର - ୫, ୨୮, ୩୬୯
ସମ୍ୱଲପୁର - ୪, ୭୪, ୮୦୦
ବଲାଙ୍ଗୀର - ୪, ୪୪, ୨୨୦
ବୌଦ୍ଧ - ୪, ୧୧, ୪୧୯
ଗଜପତି - ୪, ୧୦, ୪୬୬
ନବରଙ୍ଗପୁର - ୩, ୫୯, ୯୬୫
ବରଗଡ଼ - ୩, ୪୬, ୨୫୯
ଜଗତସିଂହପୁର - ୩, ୩୭, ୫୩୭
ଯାଜପୁର - ୩, ୩୪, ୩୫୫
କଟକ - ୩, ୩୧, ୮୯୭
ସୁବର୍ଣ୍ଣପୁର - ୩, ୩୦, ୨୬୯
ଖୋର୍ଦ୍ଧା - ୩, ୨୨, ୧୯୪
ଢେଙ୍କାନାଳ - ୩, ୧୪, ୪୯୧
ପୁରୀ - ୩, ୦୯, ୮୮୯
ଝାରସୁଗୁଡ଼ା - ୨, ୮୮, ୨୦୯
କେନ୍ଦ୍ରାପଡା - ୨, ୭୩, ୭୪୯
ଭଦ୍ରକ - ୧, ୯୭, ୬୪୨
ନୟାଗଡ - ୧, ୯୨, ୬୧୫
ମାଲକାନଗିରି - ୧, ୯୨, ୪୬୫
ଦେବଗଡ - ୧, ୩୧, ୮୮୫

ଦିନକ ସାଢ଼େ ୧୨ ଲକ୍ଷ ଗଛ ଲଗାଇ ଗିନିଜ ୱାର୍ଲଡ଼ ରେକର୍ଡରେ ମଧ୍ୟପ୍ରଦେଶ-
"ଦିନକରେ ସର୍ବାଧିକ ଗଛ ଲଗାଇ ଗିନିଜ ୱାର୍ଲଡ଼ ରେକର୍ଡରେ ରହିଛି ମଧ୍ୟପ୍ରଦେଶ । ୨୦୨୪ ଜୁଲାଇ ୧୩ ଓ ୧୪ ତାରିଖରେ ମଧ୍ୟପ୍ରଦେଶ ସରକାର ଇନ୍ଦୋରରେ ୧୨ ଲକ୍ଷ ୪୧ ହଜାର ୦୧୭ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଥିଲା । ତା'ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ସ୍ଥାପନ କରିଛି ଏକ ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ ମହାମାନବୀୟ କୀର୍ତ୍ତି । ସଂଖ୍ୟାଦୃଷ୍ଟିରୁ ବିରଳ ରେକର୍ଡ କରିଛି ଓଡ଼ିଶା । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ରାଜ୍ୟ । ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ଓଡିଶା ସରକାରଙ୍କ ପାଇଁ ଗୌରବର କଥା । କିନ୍ତୁ ତାଠୁ ବଡ ଲକ୍ଷ ହେଉଛି ଆଗାମୀ ପିଢ଼ିଙ୍କ ପାଇଁ ଏକ ସ୍ୱଚ୍ଛ, ସବୁଜ, ସୁନ୍ଦର ସମୃଦ୍ଧ ସ୍ୱୟଂ ସମ୍ପୂର୍ଣ୍ଣ ଓଡିଶା ନିର୍ମାଣ କରିବା," ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପ୍ଟେମ୍ବର ୧୭ ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ-
ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହି ଭଲପାଇବା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମର ସଫଳତା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ରାଜ୍ୟର ସମସ୍ତ ସମ୍ପୃକ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକବଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି । ଓଡ଼ିଆମାନେ ଐକବଦ୍ଧ ହେଲେ କଳ୍ପନାରୁ ଅଧିକ କିଛି କରିପାରନ୍ତି । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ କରି ଦେଖେଇଦେଇଛନ୍ତି ଓଡିଆମାନେ ସାରା ବିଶ୍ୱକୁ ସେମାନେ କିପରି ଏକ ମହାନ ଜାତି । ସେପ୍ଟେମ୍ବର ୧୭ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଯେତେବେଳେ ଚାରା ରୋପଣ, ସାମାଜିକ ଏକତା ଓ ଏକ ଅଭିଯାନକୁ କିପରି ଆନ୍ଦୋଳନରେ ପରିବର୍ତ୍ତନ କରାଯାଏ ସେକଥା ସାମ୍ନାକୁ ଆସିବ ସେତେବେଳେ ମନେ ପଡିବ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରାଙ୍ଗଣ ଓଡିଶା, ନଦନଦୀର ଉଚ୍ଚରିତ ଓଡିଶା, ସବୁଜ ସୁଶୋଭିତ ଓଡିଶା, ଏକତା ଓ ସମତାର ଓଡିଶା ।"

ଏକ୍‌ ପେଡ୍‌ ମା କେ ନାମ୍‌' ଦ୍ଵିତୀୟ ସଂସ୍କରଣରେ ଲାଗିଲାଣି ୬ କୋଟିରୁ ଉର୍ଦ୍ଧ୍ବ-
ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଗତବର୍ଷରୁ 'ଏକ୍‌ ପେଡ୍‌ ମା କେ ନାମ୍‌' ଅଭିଯାନ ଆରମ୍ଭ କରିଛନ୍ତି । ଗତ ବର୍ଷ ଓଡିଶା ଏହି କାର୍ଯ୍ୟକ୍ରମରେ ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ଚଳିତ ବର୍ଷ ଏହି ଅଭିଯାନର ଦ୍ବିତୀୟ ସଂସ୍କରଣରେ ଓଡିଶାରେ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ଗତକାଲି ସୁଦ୍ଧା ଓଡ଼ିଶାରେ ୪.୬୫ କୋଟି ଗଛ ଲଗାଯାଇ ସାରିଛି । ଆଜି ଗୋଟିଏ ଦିନରେ ଦେଢ଼ କୋଟି ଗଛ ଲଗାଯିବା ପରେ ଏହି ସଂଖ୍ୟା ୬ କୋଟି ଟପିଛି । ଏକ ପେଡ୍ ମା କେ ନାମ୍ ୨.୦ ଜୁନ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଜଙ୍ଗଲ ବିଭାଗ ୧୫ ଲକ୍ଷ, ପଞ୍ଚାୟତିରାଜ ବିଭାଗ ୩୪ ଲକ୍ଷ, ଶିଳ୍ପ ବିଭାଗ ୧୫ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ସେଣ୍ଟ୍ରାଲ ଆର୍ମ୍ଡ ପୋଲିସ ଫୋର୍ସେ ୨.୨ ଲକ୍ଷ, ପୋଲିସ ୩ ଲକ୍ଷ ଓ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ୨ ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି । କାର୍ଯ୍ୟକ୍ରମରେ ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ୧୫ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ, ୭୬ ହଜାର ଅଙ୍ଗନବାଡୀ କର୍ମୀ, ୧୭ ହଜାର ଆଶାକର୍ମୀ, ୧୦ ହଜାର ଇକୋ କ୍ଲବ, ୧୭,୫୦୦ ବନ ସଂରକ୍ଷଣ ସମିତି, ଏକ ଲକ୍ଷ NSS ସ୍ବଚ୍ଛାସେବୀ, ୧୬,୫୦୦ ମାଇଁ ଭାରତ ଭଲ୍ୟୁଣ୍ଟିଅରସଙ୍କ ସହିତ ହଜାର ହଜାର ସ୍ବୟଂ ସହାୟିକା ଗୋଷ୍ଠୀ, ସରକାରୀ ଉଦ୍ୟୋଗ, ଶିଳ୍ପ ସଂସ୍ଥା, ଏବଂ ଅନ୍ୟାନ୍ୟ ବେସରକାରୀ ସଂସ୍ଥା ସାମିଲ ହୋଇଛନ୍ତି ।

ମିଶନ ମୋଡ଼ରେ ରାଜ୍ୟରେ ବୃକ୍ଷ ରୋପଣ-
ଗୋଷ୍ଠୀ-ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ଵ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ବରବଛା, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଗଛ ଚୟନ କରାଯାଇ ରୋପଣ ହୋଇଛି । ଯେଉଁ ଅଞ୍ଚଳରେ ଯେଉଁ ଫଳ ଭଲ ଉତ୍ପାଦନ ହେଉଛି ସେହିଭଳି ଚାରା ଲୋକମାନଙ୍କୁ ଯୋଗାଇ ଦିଆଯାଇଛି ।ବୃକ୍ଷ ରୋପଣର ଫଟୋ ଓ ଡାଟା ମେରି ଲାଇଫ ପୋର୍ଟାଲରେ ଅପଲୋଡ ହୋଇଛି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ତଦାରଖ କରିଛନ୍ତି । ଭଲ ପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା କରାଯିବ ।

ପୂର୍ବବର୍ଷ ତୁଳନାରେ ୫୫୮.୫୭ ବର୍ଗ କିମି ଜଙ୍ଗଲ ବୃଦ୍ଧି-
ଓଡିଶାକୁ ସବୁଜ ଚିରହରିତ, ପର୍ଶମୋଚି, ହେନ୍ତାଳ ବଣ ଆଚ୍ଛାଦିତ କରି ରଖିଛି । ଜୈବ ବିବିଧତା ଓଡ଼ିଶାର ଅଂଶ ବିଶେଷ । ଭାରତୀୟ ବନସର୍ବେକ୍ଷଣ ସଂସ୍ଥାର ୨୦୨୩ ଆକଳନ ଅନୁଯାୟୀ ଓଡିଶାର ସମଗ୍ର ଭୌଗୋଳିକ କ୍ଷେତ୍ର ଫଳର ୩୭.୬୩ ଶତାଂଶ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ରହିଛି । ଏହି ଅଞ୍ଚଳର ପୂର୍ବବର୍ଷ ତୁଳନାରେ ୫୫୮.୫୭ ବର୍ଗ କି.ମି ବୃଦ୍ଧି ଘଟିଛି । ଯହା ଦ୍ୱାରା ଜାତୀୟ ସ୍ତରରେ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଛି । ୨୦୨୫/୨୬ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ ୩୦୯୩.୩୬ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୨୭୦୦୬.୮୭ ହେକ୍ଟର ପରିମିତ ଅଞ୍ଚଳରେ ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ୨୦୩୩.୦୦ କି.ମି ପଥପାର୍ଶ୍ୱ ବନୀକରଣ ମାଧ୍ୟମରେ ୧୮୩.୭୮ ଲକ୍ଷ ଚାରା ରୋପଣ ସହିତ ୩୨୬.୩୧ ଲକ୍ଷ ବୃକ୍ଷ ଚାରା ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+