Breaking: ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୪୦ରୁ ଅଧିକ ଶ୍ରମିକ ଗୁରୁତର
ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଥାଇଲାଣ୍ଡ ଏଗ୍ରୋ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇ ପଡିଛନ୍ତି ।
ବାଲେଶ୍ୱର: ସ୍ଥାନୀୟ ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଥାଇଲାଣ୍ଡ ଏଗ୍ରୋ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇ ପଡିଛନ୍ତି । ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି । କେଉଁ କାରଣରୁ ଗ୍ୟାସ୍ ଲିକ ହେଲା ତାହା ଜଣାପଡ଼ି ନାହିଁ ।

ସୁଚନା ଅନୁସାରେ, ଆଜି ସନ୍ଧ୍ୟାରେ ଚିଙ୍ଗୁଡ଼ି କାରଖାନାରେ କୌଣସି କାରଣରୁ ଗ୍ୟାସ ଲିକ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ବିଶାକ୍ତ ଗ୍ୟାସ ପ୍ରଭାବ ପାଇଁ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଚକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।












Click it and Unblock the Notifications