ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ ଫୁଟର ଘାଇ, ଘରେ ପଶିଲା ପାଣି

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ ଫୁଟର ଘାଇ, ଘରେ ପଶିଲା ପାଣି

କଳାହାଣ୍ତି : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡି ଏକର ଏକର ଚାଷ ଜମି ଜଳମଗ୍ନ । ଚାଷ କ୍ଷତି ସମ୍ବାବନା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ସର୍ଗିଗୁଡା ଗ୍ରାମପଞ୍ଚାୟତର ପ୍ରଜା ନାଗଫେଣି ଡଙ୍ଗରିପଡା ନିକଟରେ ଗତ ରାତିରେ କେନାଲ ଭୁଶୁଡି ପଡିଛି । ଦୁଇଦିନ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ କେନାଲରେ ପାଣି ଜୋରରେ ପ୍ରବାହ ହେଉଥିଲା ।

ODISHA indirabati

ସୂଚନାଅନୁଯାୟୀ, ଗତକାଲି ରାତିରେ କେନାଲରେ ଘାଇ ସୃଷ୍ଟି ହୋଇଥିଲା । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହେବା ପରେ କର୍ତ୍ତୃପକ୍ଷ ମଙ୍ଗଳପୁର ଗେଟ୍ ବନ୍ଦ କରି ଦେଇଥିଲେ । ଘାଇ ସୃଷ୍ଟି ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କ୍ଷୟକ୍ଷତି ଆକଳନ ମଧ୍ୟ ଆରମ୍ଭ ହୋଇଛି ।

ତେବେ ଆସନ୍ତା ୧୪ ତାରଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆଜି କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+