Live

Bramhagiri Assembly Election Results 2024 : ବ୍ରହ୍ମଗିରି ବିଧାନସଭା ଆସନ, ବିଜେପି ପ୍ରାର୍ଥୀ ଉପାସନା ଆଗୁଆ

Bramhagiri Assembly Election: ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରହ୍ମଗିରିରେ ସବୁଠାରୁ ଜୋରଦାର ଲଢ଼େଇ ହୁଏ । ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରୁଥିବା ଚିଲିକା ଓ ବଙ୍ଗୋପସାଗର କୂଳରେ ପରିବ୍ୟାପ୍ତ ଏ ନିର୍ବାଚନମଣ୍ଡଳୀର ଫଳାଫଳକୁ ଜାଣିବା ପାଇଁ ସାରା ଓଡ଼ିଶା ଅପେକ୍ଷା କରିଥାଏ । ଏଥର ବି ସେମିତି ଲଢ଼େଇ ଦେଖିବାକୁ ମିଳୁଛି ।

ଦିନେ କଂଗ୍ରେସର ଟାଇଗର ଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସହ ମୁକାବିଲା କରୁଥିଲେ ବିଜେଡିର ଉମାକାନ୍ତ ସାମନ୍ତରାୟ । ଆଉ ବର୍ତ୍ତମାନ ବିଜେପି ପ୍ରାର୍ଥୀ ଉପାସନା ୫ରାଉଣ୍ଡ ଗଣନା ସୁଦ୍ଧା ଆଗୁଆ ଅଛନ୍ତି । ଏମିତିକି କୁହାଯାଉଛି ଚଳିତ ନିର୍ବାଚନରେ ସେ ବିଜୟ ମୁକୁଟ ପିନ୍ଧି ପାରନ୍ତି ।

ବ୍ରହ୍ମଗିରି ଆସନରେ ଏଥର ବିଜେପି ପ୍ରାର୍ଥୀ ବଦଳାଇଛି । ୨୦୧୯ରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଟିକେଟ ଦେଇଥିଲା ଦଳ । ସେ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ । ଏଥର ବିଜେପି ଲଳିତେନ୍ଦୁଙ୍କ ଜାଗାରେ ଲୁଲୁଙ୍କ ଝିଅ ଉପାସନାଙ୍କୁ ଟିକେଟ ଦେଇଥିଲା । ଲୁଲୁଙ୍କ ଲିଗାସି, କଂଗ୍ରେସର ପୁରୁଣା କର୍ମୀ ଓ ବିଜେପିର ସଂଗଠନ; ଏ ତିନିଟି ଅସ୍ତ୍ର ଧରି ବ୍ରହ୍ମଗିରି ବିଜୟ ପାଇଁ ଲଢ଼େଇ ଆରମ୍ଭ କରିଥିଲେ ଉପାସନା ।

Bramhagiri Assembly Election Results 2024

ନିର୍ବାଚନ ରାଜନୀତିରେ ଉପାସନାଙ୍କ ଅଭିଜ୍ଞତା ନାହିଁ । ହେଲେ ଛୋଟ ବେଳୁ ସେ ଅତି ନିକଟରୁ ନିର୍ବାଚନ ପରିଚଳନାକୁ ପାଖରୁ ଦେଖି ଆସିଛନ୍ତି । ଏହାସହ ଲୁଲୁଙ୍କ ପାଇଁ ସେ ପ୍ରଚାର ମଧ୍ୟ କରିଛନ୍ତି । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସହ ଓଡ଼ିଶା ରାଜନୀତିରେ ଉତ୍ଥାନ ପତନ ସେ ଦେଖିଛନ୍ତି ଓ ମିଶାଣ ଫେଡ଼ାଣକୁ ବୁଝିଛନ୍ତି । ଲଢ଼େଇରେ ନୂଆ ହେଲେ ମଧ୍ୟ ରାଜନୀତିର ପେଞ୍ଚ ବୁଝିବା ତାଙ୍କ ପାଇଁ ଅସହଜ ନୁହେଁ ।

ସେପଟେ ୨୦୦୪ରୁ ୨୦୧୪ ଯାଏଁ ଲୁଲୁ ମହାପାତ୍ରଙ୍କ ସହ ଲଢ଼େଇ କରୁଥିଲେ ବିଜେଡିର ସଞ୍ଜୟ ଦାସବର୍ମା । ୨୦୦୯ ଓ ୨୦୧୪ରେ ଜିତିଥିଲେ ଦାସବର୍ମା । କିନ୍ତୁ ୨୦୧୯ରେ ଖେଳ ଓଲଟିଯାଇଥିଲା । ଲୁଲୁଙ୍କ ଭାଇ ବିଜେପିରୁ ପ୍ରାର୍ଥୀ ହୋଇ ସଞ୍ଜୟଙ୍କୁ ହରାଇଥିଲେ । ଏଥର ସଞ୍ଜୟ ସତ୍ୟବାଦୀ ଯାଇଥିବା ବେଳେ ସେଠାକାର ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ଆସନରୁ ଲଢ଼ିଥିଲେ ।

ଉମାକାନ୍ତ ବି ବେଶ ଟାଣୁଆ ନେତା । ବିଜେଡି ଟିକେଟରୁ ସେ ଦୁଇ ଥର ଜିତିଥିଲେ । ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟ ଜିତିଥିଲେ । ୨୦୧୯ରେ ତାଙ୍କୁ ବିଜେଡି ଟିକଟ ଦେଇଥିଲା ଓ ସେ ସତ୍ୟବାଦୀରୁ ଜିତିଥିଲେ । ଏବେ ବ୍ରହ୍ମଗିରିରେ ପ୍ରତିଦ୍ୱନ୍ଦିତା କରୁଥିଲେ । ତେବେ ଚଳିତ ନିର୍ବାଚନରେ କିଏ ଏହି ଆସନରୁ ବିିଜୟ ମୁକୁଟ ପିନ୍ଧିବ ତାହା ଆଉ କିି ସମୟ ପରେ ହୋଇଯିବ ସ୍ପଷ୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+