ବ୍ରଜରାଜନଗରରେ ବାଜିରେ ବିଜେଡିର ବାଜିମାତ୍, ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ
ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଲା ବିଜେଡି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ।
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଲା ବିଜେଡି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ତେବଳ ଔପଚାରିକ ବିଜୟ ଘୋଷଣାକୁ ଅପେକ୍ଷା ରହିଛି ।

ତେବେ ବିଜୟ ପରେ ପ୍ରତିକ୍ରିୟା ରହିଛନ୍ତି ବିଜୟୀ ପ୍ରାର୍ଥୀନି ଅଳକା ମହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁଁ ବ୍ରଜରାଜନଗରବାସୀ ବିପୁଳ ଭୋଟ ଦେଇ ବିଜୟୀ କରିଥିବା କହିଛନ୍ତି ଅଳକା । ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ମୋ' ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା।
ମିଳିଥିବା ସୂଚନାନୁସାରେ, ଅଳକା ମହାନ୍ତିଙ୍କୁ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭ ହଜାର ୫୬୫ ଭୋଟ ମିଳିଛି । ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨ ହଜାର ୩୧୬ ଭୋଟ ମିଳିଛି ।
୨୦୧୯ ରେ ମଧ୍ୟ ବିଜେପୁରରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ରୀତା ସାହୁ । ୯୭ ହଜାର ୯୯୦ ବ୍ୟବଧାନରେ ବିଜୟୀ ହୋଇଥିଲେ ରୀତା ସାହୁ । ବାରମ୍ବାର ଉପନିର୍ବାଚନ ଜିତି ଆ ସିଛି ବିଜୁ ଜନତା ଦଳ । ପିପିଲିରେ ୨୦ ହଜାର ୯୧୬ ଭୋଟ୍ ବ୍ୟବଧାନରେ ରୁଦ୍ର ମହାରଥୀ ଜିତିଥିଲେ । ତିର୍ତ୍ତୋଲରେ ବିଜୟ ଶଙ୍କର ୪୧ ହଜାର ୭୦୩ ଭୋଟକେ ବିଜୟୀ ହୋଇଥିଲେ । ବାଲେଶ୍ୱର ସଦରରେ ୧୩ ହଜାର ୩୫୧ ଭୋଟରେ ସ୍ୱରୁପ ଦାସ ଜିତିଥିଲେ ।












Click it and Unblock the Notifications