ଭୋଟ୍ ଦେଉଛି ବ୍ରଜରାଜନଗର: ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେବେ ବ୍ରଜରାଜନଗରବାସୀ ।
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେବେ ବ୍ରଜରାଜନଗରବାସୀ । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେବେ । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋଟ ୨୭୯ଟି ବୁଥରେ ଚାଲିଛି ମତଦାନ । ତେବେ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି ।

ଜୁନ୍ ୩ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ କରାଯିବ । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ ଯାଇ ମତଦାନ କରିଛନ୍ତି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନି ଅଳକା ମହାନ୍ତିଙ୍କ ପ୍ଲଲା ଭାରୀ ରହିଛି ।
ଅନ୍ୟପଟେ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମତଦାନ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବ୍ରଜରାଜନଗରବାସୀ ସଚେତନ ଅଛନ୍ତି । ନିଜ ମନପସନ୍ଦର ପ୍ରାର୍ଥୀ ବାଛିବାକୁ ସକାଳୁ ଭୋଟ ଦେବାକୁ ଆସୁଛନ୍ତି । ମୋର ବିଶ୍ବାସ, ଲୋକେ BJP ଉପରେ ଭରସା କରିବେ ଓ ମୋତେ ଭୋଟ ଦେବେ ।












Click it and Unblock the Notifications