ବାଲେଶ୍ୱରରେ ମସ୍ତିଷ୍କ ଜର ଆତଙ୍କ: ପୁରୁବାଈ କନ୍ୟାଶ୍ରମର ଆଉ ୫ ଛାତ୍ରୀ ଅସୁସ୍ଥ, ୫ ICUରେ ଭର୍ତ୍ତି
ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ୱରରେ ଆଉ ୫ ଅସୁସ୍ଥ ହୋଇ ପଡିଛନ୍ତି । ୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ସୋର: ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ୱରରେ ଆଉ ୫ ଅସୁସ୍ଥ ହୋଇ ପଡିଛନ୍ତି । ୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ସେପଟେ ସୋର ମେଡିକାଲ୍ରେ ୧୪ ଅନ୍ତେବାସୀଙ୍କର ଚାଲିଛି ଚିକିତ୍ସା । ସେହିପରି କନ୍ୟାଶ୍ରମରେ ରହିଥିବା ଆଉ କିଛି ଅସୁସ୍ଥଙ୍କର ମଧ୍ୟ ଚିକିତ୍ସା ଚାଲିଥିବା ଜଣାପଡିଛି । କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟସ ବ୍ୟାପୁଥିବା ବେଳେ ଜଣକ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡୁଛନ୍ତି । ସେପଟେ କନ୍ୟାଶ୍ରମରେ ମେଡିକାଲ ଟିମ୍ ପହଞ୍ଚି ସ୍ୱାସ୍ଥାବସ୍ଥା କଥା ପଚାରି ବୁଝୁଛନ୍ତି । ପରିବେଶକୁ ନିର୍ମଳ ରଖିବାକୁ ସଜାଗ ରହିଛନ୍ତି । ତେବେ କନ୍ୟାଶ୍ରମରେ ଅଧିକ ଅନ୍ତେବାସୀନୀ ଏହି ଜ୍ୱରରେ ଆକ୍ରାନ୍ତ ହେଉଥିବାରୁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି ।

ପୂର୍ବରୁ ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ରହି ପାଠପଢ଼ୁଥିବା ନୀଳଗିରି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଜ୍ୱରରେ ମୃତ୍ୟୁ ହୋଇଯାଇଥିଲା।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଏହା ମସ୍ତିଷ୍କ ପ୍ରଦାହ ବୋଲି କହିଥିଲେ। ପରେ ବାଲେଶ୍ୱର ଜିଲ୍ଲାପାଳ ନିଜେ ଅସୁସ୍ଥଙ୍କ ସହିତ କଥା ହେବା ସହ କନ୍ୟାଶ୍ରମର ପରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ ।

ରୋଗାକ୍ରାନ୍ତ ଅନ୍ତେବାସିନୀଙ୍କ ଦେହ ହାତ ଫୁଲି ଯିବା ସହିତ ଜ୍ୱର ଓ କାଶ ଛାଡ଼ୁନି। ଏହି କନ୍ୟାଶ୍ରମର ୨୯ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ବଳେ ୫ ଜଣଙ୍କୁ ଜାପାନୀଜ ଏନସେଫାଲାଟାଇଜ ହୋଇଥିବା ଜଣାପଡିଥିଲା। ଏହା ସାଧରଣତଃ ମଶା ଓ ଘୁଷୁରୀମାନଙ୍କ ପାଖରୁ ବ୍ୟାପିଥାଏ। କିନ୍ତୁ କନ୍ୟାଶ୍ରମ ପାଖରେ ଘୁଷୁରୀ ରହୁନାହାନ୍ତି। ହେଲେ କନ୍ୟାଶ୍ରମ ଭିତର ଅପରିଷ୍କାର ପରିବେଶ ସାଙ୍ଗକୁ ପାଣି ନିଷ୍କାସନ ପାଇଁ ଉତ୍ତମ ସୁବିଧା ନାହିଁ । ଯାହା ଦ୍ୱାରା ମଶା ବଂଶ ବୃଦ୍ଧି ହେବା ଓ ଅନ୍ତେବାସିନୀମାନଙ୍କୁ ମଶା କାମୁଡ଼ିବାରୁ ଏହି ରୋଗ ହୋଇଥିବା ଅନୁମାନ କରାଯାଉଛି ।












Click it and Unblock the Notifications