ବ୍ରହ୍ମପୁରର ପ୍ରସିଦ୍ଧ ମା' କାଳୁଆ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ ମା' କାଳୁଆ ଯାତ୍ରା

ବ୍ରହ୍ମପୁର: ରେଶମ ନଗରୀରେ ପ୍ରତ୍ୟକ ବର୍ଷ ଗୋସାଇଁନୂଆଗାଁ ଅଞ୍ଚଳର ଆରାଧ୍ୟାଦେବୀ ମା' କାଳୁଆଙ୍କ ପ୍ରସିଦ୍ଧ ଯାତ୍ରା ଆୟୋଜିତ ହୋଇଥାଏ । ପରମ୍ପରା ଅନୁଯାୟୀ ମା' କାଳୁଆଙ୍କ ଯାତ୍ରା ପବିତ୍ର ମହାଳୟା ଅମାବାସ୍ୟା ରାତିରେ ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ରାତିରେ ଉଦଯାପିତ ହୋଇଥାଏ ।

ସୂଚନା ଅନୁସାରେ ଚଳିତ ବର୍ଷ ଏହି ପୁରାତନ ଓ ପ୍ରିସିଦ୍ଧ ଯାତ୍ରା ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ ୯ ତାରିଖରେ ଶେଷ ହେବ । ଗୋସାଇଁନୂଆଗାଁ ଇଷ୍ଟଦେବୀ ମା' କାଳୁଆଙ୍କର ୧୫ ଦିନର ଯାତ୍ରା ବଡ଼ସାହି ସ୍ଥିତ ମଣ୍ତପ ଠାରେ ଅନୁଷ୍ଠିତ ହେବା ପାଇଁ ଯାଉଛି । ମା'ଙ୍କର ପୂଜା ପାଇଁ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।

ବ୍ରହ୍ମପୁରର

ପ୍ରତ୍ୟକ ବର୍ଷ ବାଦ୍ୟ ବାଜଣା, ଶଙ୍ଖ ମହୁରୀ ନାଦ, ଘଣ୍ଟତାଳ, କୀର୍ତ୍ତନରେ ମଧ୍ୟରେ ମା' ବଡ଼ସାହି ମଣ୍ତପରେ ବିଜେ କରିଥାନ୍ତି । ହୁଳହୁଳି ବାଦ୍ୟ ବାଜଣା ସହ ମା' ଗାଁର ସମସ୍ତ ସାହି ପରିକ୍ରମା କରିଥାନ୍ତି । ଗ୍ରାମବାସୀ ନିଜ ଘର ଦାଣ୍ତରେ ପୂର୍ଣ୍ଣକୁମ୍ଭ ରଥିଥାନ୍ତି । ଭକ୍ତମାନେ ମା'ଙ୍କ ପ୍ରିୟ ଗଇଁଠା ଭୋଗ ମଧ୍ୟ ଲାଗି କରନ୍ତି । ସବୁ ସାହି ପରିକ୍ରମା କରିବା ପରେ ମା' କାଳୁଆଙ୍କୁ ମଣ୍ତପରେ ବିଜେ କରାଯାଇଥାଏ । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ମା' ମଣ୍ତପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଚଣ୍ତୀପାଠ, ହୋମ ମଧ୍ୟ କରାଯାଇଥାଏ ।

ଚଳିତ ବର୍ଷ ମା' ପୀଠରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ
୨୫.୦୯.୨୦୨୨ ମହାଳୟା ଅମାବାସ୍ୟା ରାତି ୧.୦୬ ରୁ ୨.୧୫ ମଧ୍ୟରେ ମା' ବିଜେ କରିବେ ।

୨୬.୦୯.୨୦୨୨ ଅର୍ଥାତ୍ ସୋମବାର ସନ୍ଧ୍ୟା ୭.୩୦ରେ ମୁକ୍ତଶ୍ୱର ଭଜନ ସଙ୍ଘ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ

୨୭.୦୯.୨୦୨୨ ମଙ୍ଗଳବାର ଦିନ ରାତି ୧୦ ଟାରେ ଶ୍ରୀ ଶ୍ରୀ ଶ୍ରୀ କାଳୁଆ ନାଟ୍ୟ କଳା ସଂସଦ ଅପେରା ଆରମ୍ଭ ହେବ ।

୨୮.୦୯.୨୦୨୨ ମା' ଠାକୁରାଣୀ ଗଣନାଟ୍ୟ ଅପେରା ରାତି ୧୦ରୁ ଆରମ୍ଭ କରାଯିବ ।

୨୯.୦୯.୨୦୨୨ ମା' ଠାକୁରାଣୀ ଗଣନାଟ୍ୟ ଅପେରା ରାତି ୧୦ରୁ ଆରମ୍ଭ କରାଯିବ ।

୩୦.୦୯.୨୦୨୨ ଶ୍ରୀ ଶ୍ରୀ ଶ୍ରୀ କାଳୁଆ ନାଟ୍ୟ କଳା ପରିଷଦ ଅପେରା ରାତି ୧୦ରୁ ଆରମ୍ଭ ହେବ

୦୨.୧୦.୨୦୨୨ ରେ ମଧ୍ୟ କାଳୁଆ ନାଟ୍ୟ କଳା ପରିଷଦ ଅପେରା ରାତି ୧୦ରୁ ଆରମ୍ଭ ହେବ

୦୩.୧୦.୨୦୨୨ ତାରିଖରେ ଭକ୍ତମାନେ କାଲା ଘୁଡୁକି ନାଚ ଦେଖିପାରିବେ ।

୦୪.୧୦.୨୦୨୨ ମଙ୍ଗଳବାର ଦିନ ଭାରତଲୀଳା ଦିନ ୪ଟାରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।

୦୫.୧୦.୨୦୨୨ ବୁଧବାର ସକାଳ ୧୦ରୁ ଆରମ୍ଭ ହେବ ପ୍ରହଲ୍ଲାଦ ନାଟକ

୦୬.୧୦.୨୦୨୨ ଅର୍ଥାତ୍ ଗୁରୁବାର ଦିନ ଲୋକ କଳା ଉତ୍ସବ ସନ୍ଧ୍ୟା ୭ ରେ ଆରମ୍ଭ ହେବ ।

୦୭.୧୦.୨୦୨୨ ତାରିଖରେ ମଧ୍ୟ ଲୋକ କଳା ଉତ୍ସବ ସନ୍ଧ୍ୟା ୭ ରେ ଆରମ୍ଭ ହେବ ।

୦୮.୧୦.୨୦୨୨ ତାରିଖରେ ମଧ୍ୟ ଲୋକ କଳା ଉତ୍ସବ ଦେଖିବାର ମୌକା ପାଇବେ ଭକ୍ତ ।

ଶେଷରେ ୦୯.୧୦.୨୦୨୨ ତାରିଖ ଅର୍ଥାତ୍ କୁମାର ପୂର୍ଣ୍ଣିମା ଦିନ ମା'କାଳୁଆ ରାତି ୧୨.୫ ମିନିଟରେ ବଡ଼ ସାହି ମଣ୍ତପରୁ ବାହାରି ଗ୍ରାମ ପରିକ୍ରମା କରିବା ସହ ମୂଳ ପୀଠକୁ ପ୍ରତ୍ୟାବର୍ତ୍ତନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+