୩ ଦିନରେ ବି ପହଞ୍ଚି ପାରୁନି ବ୍ରହ୍ମ ତାଳଧ୍ୱଜ ରଥ
ବିଭ୍ରାଟ, ସତେ ଯେମିତି ପିଛା ଛାଡ଼ୁନି ରଥଯାତ୍ରା ବିଭ୍ରାଟ । ମହାପ୍ରଭୁ ବଳଦେବଜୀଉଙ୍କ ବାହୁଡା ଯାତ୍ରାର ପରମ୍ପରା ପୁଣିଥରେ ଅବ୍ୟବସ୍ଥା ଦେଖା ଦେଇଛି । ଯାତ୍ରାର ତୃତୀୟ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଚକଡ଼ା ଛୁଇଁ ନପାରି ଅଧା ବାଟରେ ଅଟକି ରହିଛି ।
ବାରମ୍ବାର ଘଟୁଛି ବିଭ୍ରାଟ, ଚେତୁନି ପ୍ରଶାସନ:
ପ୍ରତିବର୍ଷ ଭଳି ଚଳିତବର୍ଷ ବଡ଼ ଠାକୁରଙ୍କ ରଘୁନାଥ ବେଶ ସହ ଆସନ୍ତାକାଲି ନୀଳାଦ୍ରି ବିଜେ ନୀତିକୁ ନେଇ ଦେଖାଯାଇଛି ଆଶଙ୍କା । ପରମ୍ପରା ମୁତାବକ ରବିବାର ବାହୁଡା ଯାତ୍ରାର ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଚକଡ଼ା ଛୁଇଁବାକୁ ଥିବା ବେଳେ କିଛି ବାଟ ଗଲା ପରେ ରଥ ପୁନଃ ବାମ ମୋଡ଼ ନେଇ ରାସ୍ତାରୁ ଭିତରକୁ ଚାଲିଯିବାରୁ ରେଲୱେ ଜ୍ୟାକର ସହାୟତା ନିଆଯାଇଥିଲା । ତେବେ ରଥ ଚନ୍ଦନ ପୋଖରୀ ନିକଟକୁ ଆସିବା ପରେ ପୁଣିଥରେ ସେହି ବାମ ମୋଡ଼ ନେଇଥିଲା । ପରେ ସନ୍ଧ୍ୟା ହୋଇଯାଇଥିବାରୁ ରଥଟଣା ବନ୍ଦ ରଖି ରେଳ ବିଭାଗର ସହାୟତା ନିଆଯାଇଛି । ରବିବାର ରାତି ସୁଦ୍ଧା ରଥକୁ ହାଇଡ୍ରୋଲିକ ମେସିନ ସହାୟତାରେ ରାସ୍ତା ମଝିକୁ ଅଣାଯିବା ପରେ ଆଜି(ସୋମବାର) ପୂର୍ବାହ୍ନରୁ ରଥଟଣା କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଉପ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଥିଲେ ।

ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ସଭାପତି ଅରୁଣ ନାୟକ କହିଛନ୍ତି,"ରଥ ଅର୍ଦ୍ଧେକ ବାଟ ଆସିଯାଇଥିଲା । ଯେହେତୁ ରଥ ଦକ୍ଷିଣ ମୋଡ଼ ନେଇଛି ଏହାକୁ ଆଉ ଟାଣିବା ସମ୍ଭବପର ହେଲା ନାହିଁ । ଆମେ ଏହାକୁ ରେଳ ବିଭାଗର ସହାୟତାରେ ସୋମବାର ପୂର୍ବାହ୍ନ ୧୧ରୁ ରଥଟଣା କାର୍ଯ୍ୟକ୍ରମ ସମ୍ପାଦନ କରିବୁ"ବୋଲି କହିଛନ୍ତି ।
ପୂଜାପଣ୍ଡା ସେବାୟତ ପିଣ୍ଟୁ ପତ୍ରୀ କୁହନ୍ତି,"ଗତ ତିନିବର୍ଷ ହେବ ବାରମ୍ବାର ଏହି ଅସୁବିଧା ହୋଇ ଚାଲିଛି ଯାହାକି ବଡ଼ ଦୁଃଖର ବିଷୟ ଅଟେ । ଗତ ତିନିବର୍ଷ ଘଟଣାରୁ ଦେବୋତ୍ତର ବିଭାଗ ଓ ପ୍ରଶାସନ କିଛି ଶିଖିବା କଥା ମାତ୍ର ରଥଯାତ୍ରା ସରିଗଲେ ପ୍ରଶାସନ ନିଦାବିଷ୍ଣୁ ପାଲଟିଯାଏ । ରଥ କାହିଁକି ବାରମ୍ବାର ମୋଡ଼ ନେଉଛି ତା ଉପରେ କୌଣସି ତର୍ଜ୍ଜମା କରା ଯାଉନାହିଁ । ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯିବା ବେଳେ ଚାରିଦିନ ଅନ୍ନ ଖାଇ ନଥିଲେ ଏପରିକି ରଥ ମଧ୍ୟ ବାହୁଡା ସରିବା ପରେ ମଧ୍ୟ ଚକଡ଼ାରେ ପହଞ୍ଚି ପାରିଲା ନାହିଁ । ତେଣୁ ଅନ୍ନ ଭୋଗ ଲାଗି ହୋଇପାରୁନାହିଁ । ଯାହାକି ବଡ଼ ଦୁଃଖର ବିଷୟ । ଏଠି ସମସ୍ତେ କାନ୍ଦୁଛନ୍ତି ହେଲେ କାହାରି ଆଖିରେ ଲୁହ ନାହିଁ ।"












Click it and Unblock the Notifications