ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ
ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ। ୨୦୨୩ ପାଟପୁର ଥାନା ପୋଡ଼ାମାରିରେ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଅଦାଲତ। ଅଭିଯୁକ୍ତ ପ୍ରେମିକ ପାଟପୁର ଥାନା ସିନ୍ଦୂରପୁର ଗ୍ରାମର ମିଥୁନ ବିଷୋୟୀ(୩୭)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ। ବିବାହ ପ୍ରଲୋଭନ ଦେଖାଇ ହତ୍ୟା କରିବା ସହ ଟଙ୍କା, ସୁନା ଲୁଟ୍ କରିଥିଲା ଦୋଷୀ ମିଥୁନ।

ସୂଚନାଯୋଗ୍ୟ ଯେ, ମିଥୁନ ଓ ପୋଡ଼ାମାରି ଗ୍ରାମର ସଙ୍ଗୀତା ପ୍ରଧାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ୨୦୨୩ ଅଗଷ୍ଟ ୩ ତାରିଖରେ ସଙ୍ଗୀତା ନିଜ ଘରୁ ସୁନା ଅଳଙ୍କାର ନେଇ ମିଥୁନ ସହ ଫେରାର ହୋଇଯାଇଥିଲେ। ହେଲେ ଦୋଷୀ ମିଥୁନ ଫେରାର ହେବାର ଦିନକ ପରେ ସଙ୍ଗୀତାଙ୍କୁ ହତ୍ୟା କରି ତପ୍ତପାଣି ଘାଟିର ଏକ ଖାଲୁଆ ଜାଗାରେ ଫୋପାଡ଼ି ଦେବା ସହ ମୃତଦେହ ଉପରେ ପଥର ପକାଇ ଦେଇଥିଲା। ସଂଗୀତା ବିବାହ ପାଇଁ ବାଧ୍ୟ କରୁଥିବାରୁ ମିଥୁନ ତାଙ୍କୁ ହତ୍ୟା କରିଥିଲା। ତେବେ ଅଗଷ୍ଟ ୮ ତାରିଖରେ ସଙ୍ଗୀତାଙ୍କ ମୃତଦେହ ମିଳିବା ପରେ ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ।












Click it and Unblock the Notifications