ମାଓବାଦୀ ମୁକ୍ତ ହେବ ବୌଦ୍ଧ ଜିଲ୍ଲା; ସ୍ଥିତି ସମୀକ୍ଷା କଲେ DGP
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ । ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାରେ ଥିବା BSF ଓ SOG କ୍ୟାମ୍ପକୁ ପରିଦର୍ଶନ କରିଥିଲେ ।

ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପରେ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ନେଇ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହା ସହ ଆଗାମୀ ଦିନରେ ଜିଲ୍ଲାରୁ କିଭଳି ଭାବେ ମାଓ ମୁକ୍ତ କରାଯିବ ସେ ନେଇ ଆଲୋଚନା କରିଥିଲେ ।
ତେବେ ଜିଲ୍ଲାରେ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ମାଓ ଅପରେସନ ଜାରି ରହିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ କରାଯିବ ଏବଂ ମାଓ ମୁକ୍ତ ଭାବେ ବୌଦ୍ଧ ଜିଲ୍ଲାକୁ କରାଯିବ ବୋଲି DGP କହିଛନ୍ତି । ଏଥିସହିତ ବୌଦ୍ଧ ଜିଲ୍ଲା ଗଞ୍ଜେଇ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ସହିତ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ଚାଷକୁ ବିଲୁପ୍ତ କରିବା ଦିଗରେ ପୋଲିସ ପଦକ୍ଷେପ ଗ୍ରହଣ କରିବ ବୋଲି DGP ପ୍ରତିକ୍ରିୟା ଦେଇଛନ୍ତି । DGPଙ୍କ ଏହି ସମୀକ୍ଷା ବୈଠକରେ ଅପରେସନ ଆଇଜି ଜୟନାରାୟଣ ପଙ୍କଜ, ସ୍ବତନ୍ତ୍ର ଗୁଇନ୍ଦା DIG କନୱର ବିଶାଳ ସିଂ, ଦକ୍ଷିଣାଞ୍ଚଳ DIG ସାର୍ଥକ ଷଡ଼ଙ୍ଗୀ ଓ ବୌଦ୍ଧ ଏସ୍ପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ସମସ୍ତ ଥାନା ଅଧିକାରୀ ସାମିଲ ହୋଇଥିଲେ ।












Click it and Unblock the Notifications