Get Updates
Get notified of breaking news, exclusive insights, and must-see stories!

ଆହୁରି ବଢ଼ିବ ଓମିକ୍ରନ ସଂକ୍ରମଣ, ୧୦ ତାରିଖରୁ ବୁଷ୍ଟର ଡୋଜ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ୍ ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ତେଣୁ ଓମିକ୍ରନ ଚିହ୍ନଟ ପାଇଁ ଆଇସିଏମଆର ପକ୍ଷରୁ ନୂଆ କିଟ୍ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାବେଳେ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

corona vaccination

ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ । ୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ୍ ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ମଧ୍ୟ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ କମ୍ ରହିଛି। ସରକାର ମଧ୍ୟ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଗତକାଲି ୧୧୨୫ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଇଥିଲା । ଗୋଟିଏ ଦିନରେ ୮୦ ହଜାରରୁ ଅଧିକ କିଶୋର ଟିକା ନେଇଛନ୍ତି । ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ ସେନେଇ ଏଯାଏ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନି । ଯେଉଁମାନେ ୨ ଡୋଡ୍ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ୍ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟକୁ ଦେଖି ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Director of Family Welfare

ତେବେ ଏବେ ଯାଏ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ କୋଭିଡ୍ ଟିକା ନେଇ ନାହାନ୍ତି । ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+