ଗାଁକୁ ଗାଁ ଯିବ ବୁଷ୍ଟର ଡୋଜ୍ ଭ୍ୟାନ୍ , ୧୪ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି
Booster coverage in Odisha :ଗାଁରେ ବୁଲିବ ବୁଷ୍ଟର ଡୋଜ୍ ଭ୍ୟାନ୍
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି । ଟିକା କରଣ କେନ୍ଦ୍ର ବଢାଇବାକୁ ପ୍ରତ୍ୟକ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯିବା ସହ ପ୍ରତି ବ୍ଲକରେ ୪ଟି ମୋବାଇଲ୍ ଭ୍ୟାନର ବ୍ୟବସ୍ଥା କରାଯିବ । ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକୋଶନ ଡୋଜ ଦିଆସରିଛି । ଯାହା ରାଜ୍ୟର ମୋଟ୍ ଲୋକଙ୍କର ୧୪ପ୍ରତିଶତ । ଖୁବ ଶିଘ୍ର ବାକି ଲୋକଙ୍କଙ୍କୁ ଟିକାକରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲଡ଼ ଟିକା
ଉପଲବ୍ଧ ରହିଥିବାବେଳେ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲଡ଼ ଟିକା ଆସିବ । ଏପର୍ଯ୍ୟନ୍ତ ରାଜ୍ୟରେ ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ସେଥିପାଇଁ ଏବେ ଗାଁ ଗାଁ ବୁଲି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ସମସ୍ତଙ୍କୁ ପ୍ରିକସନ ଡୋଜ ନେବା ପାଇଁ ଅନୁରୋଧ କରୁଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ












Click it and Unblock the Notifications