BSKY କାର୍ଡ ସାହଯ୍ୟରେ ହେଲା ବୋନ୍-ମାରୋ ପ୍ରତିରୋପଣ
ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସ୍ନେହଲତା ସାହୁ । BSKY କାର୍ଡରେ ସାହାଯ୍ୟରେ ସ୍ନେହଲତାଙ୍କ ବୋନ୍-ମାରୋ ପ୍ରତିରୋପଣ ହୋଇଥିବା କହିଛନ୍ତି ତାଙ୍କ ବଡ ପୁଅ ସୁମନ୍ତ କୁମାର ସାହୁ ।

ଯାଜପୁର: ଜୀନବ ରକ୍ଷା କରୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଘତକ ରୋଗରେ ପଡିତ ଗରିବ ରୋଗୀଙ୍କୁ ନୂଆ ଜୀବନ ପ୍ରଦାନ କରୁଛି BSKY କାର୍ଡ । ମାଗଣାରେ ରୋଗୀଙ୍କୁ ମିଳୁଛି ହାଇଟେକ୍ ମେଡିକାଲ ଫାସିଲିଟି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସ୍ନେହଲତା ସାହୁ । BSKY କାର୍ଡରେ ସାହାଯ୍ୟରେ ସ୍ନେହଲତାଙ୍କ ବୋନ୍-ମାରୋ ପ୍ରତିରୋପଣ ହୋଇଥିବା କହିଛନ୍ତି ତାଙ୍କ ବଡ ପୁଅ ସୁମନ୍ତ କୁମାର ସାହୁ ।
ସୁମନ୍ତ କହିଛନ୍ତି "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ମା' ଙ୍କୁ ମରଣ ମୁହଁରୁ ବଞ୍ଚାଇ ଦେଲେ । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇ ଦେଇଛନ୍ତି । ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ।"

ସୂଚନାନୁସାରେ, ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ଘର ଚଳାନ୍ତି ସ୍ନେହଲତା ସାହୁ (୫୨)ଙ୍କ ପତି ଓ ତାଙ୍କ ବଡ ପୁଅ ସୁମନ୍ତ କୁମାର ସାହୁ । ସୁମନ୍ତ କହୁନ୍ତି "ମୋ ମା'ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା'ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା' ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା'ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ । ଆମେ ଭାଇଭଉଣୀ ତିନିଜଣ । ମୁଁ ବଡ । ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି । କ'ଣ କରିବୁ ବୁଦ୍ଧି ଦେଖା ଗଲାନି । "

" ତେବେ ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା'ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖା ଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରା ଯାଇଥିଲା । ସେହି କାଉଣ୍ଟରକୁ ଗଲୁ । କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟ ମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା ।"
" ହେମାଟୋଲୋଜୀ ବିଭାଗର ପ୍ରଫେସର ପ୍ରୀୟଙ୍କା ସାମଲ ମା' ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରି ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମାଙ୍କ ଅବସ୍ଥା ପରୀକ୍ଷା କରି ବୋନ-ମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ର ୫ ଲକ୍ଷ ଟଙ୍କା ପ୍ରାୟ ସରି ଆସିଲାଣି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ । ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟ ମିତ୍ରମାନେ ସାହାସ ଦେଲେ । "

" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ । ସେହିଠାରେ ମା'ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା' ଙ୍କର ବହୁ ସେବା ଯତ୍ନ କଲେ । ଏବେ ଆମେ ମା'ଙ୍କୁ ନେଇ ଘରକୁ ଆସିଲୁଣି । ମା' ସୁସ୍ଥ ଅଛନ୍ତି । "
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications