Get Updates
Get notified of breaking news, exclusive insights, and must-see stories!

ଭଲ ଖବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ । ଏହା ଥାଲାସେମିଆ ନିରାକରଣରେ ବଡ଼ ଅସ୍ତ୍ର ପାଲଟି ବ। ଏନେଇ ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକା ଡାକ୍ତର ଉର୍ମିଳା ମିଶ୍ର ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୪୮ ଜଣ ରୋଗୀ ରହିଛନ୍ତି । ରାଜ୍ୟରେ କୋଷ୍ଟାଲ ଅଞ୍ଚଳରେ ଏହି ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ଡ. ଉର୍ମିଳା ମିଶ୍ର ।

Bone Marrow Transplant

ସେ କହିଛନ୍ତି ଯେ, ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ବଞ୍ଚିବାର ଉଦାହରଣ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା କମ ଅଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୪୮ ଜଣ ରୋଗୀ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସହ ଯାତାୟତ ଖର୍ଚ୍ଚ ବି ଦେଉଛନ୍ତି । ପଶ୍ଚିମ ଓଡ଼ିଶାର ୧୫ ଜିଲ୍ଲାର ୧ ଲକ୍ଷ ପିଲାଙ୍କୁ ନେଇ ସ୍କ୍ରିନିଂ ହୋଇଥିଲା । ଏଥିରୁ ୪ରୁ ୬% ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଉପକୂଳ ଓଡ଼ିଶାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ନିର୍ଦେଶକ ଡାକ୍ତର ଦେବାଶିଷ ମିଶ୍ର କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କରେ ୬୫୦ ଥାଲାସେମିଆ ରୋଗୀ ପଞ୍ଜିକରଣ କରିଛନ୍ତି । ଦିନକୁ ୧୫ ରୁ ୨୦ ଥାଲାସେମିଆ ରୋଗୀଙ୍କ ବ୍ଲଡ ଟ୍ରାନ୍ସପ୍ଲାଣ୍ଟ୍ ହେଉଛି। ହେମୋଗ୍ଲୋବିନ ଓ ଆଇରନ ଲେବେଲ ୧୦୦୦ ୟୁନିଟ ରଖି ସେମାନଙ୍କ ଯତ୍ନ ନିଆ ଯାଉଛି।

ଉଲ୍ଲେଖଥାଉ କି, ଏହି ରୋଗୀମାନଙ୍କୁ ରାଜ୍ୟ ସରକାର ମାଗଣା ମେଡିସିନ, ଟେଷ୍ଟିଂ ସହ ଯିବା ଆସିବା ଖର୍ଚ୍ଚ ପାଇଁ ରାଜ୍ୟ ସରକାର ୫୦୦ ଟଙ୍କା ଦିଆଯାଉଛି । ଏମାନଙ୍କୁ ଲିୟୁକୋ ଫିଲ୍ଟର ବ୍ଲଡ ଦିଆଯାଉଛି । ଯାହା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ କେବଳ ଏହି ବ୍ଲଡ୍‌ ଦିଆଯାଉଛି । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଏହା ମାଗଣାରେ ବହନ କରୁଛନ୍ତି ।

ରାଜ୍ୟରେ କୋଷ୍ଟାଲ ଅଞ୍ଚଳରେ ଏହି ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯେପରିକି ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଜଗତସିଂହପୁର ଆଦି ଜିଲ୍ଲାଗୁଡ଼ିକରେ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ବାଲେଶ୍ଵର, ବାରିପଦା, ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ଅଧିକ ଥାଲାସେମିଆ ରୋଗୀ ଚିହ୍ନଟ ହେଉଛନ୍ତି ।

କଣ ଏହି ରୋଗ ?: ଥାଲାସେମିଆ ହେଲା ଏକ ରକ୍ତଜନିତ ରୋଗ । ଏହି ରୋଗ ହେବା ଦ୍ବାରା ଶରୀରରେ ହିମୋଗ୍ଲୋବିନ୍ କମିଯାଏ ବା ଶରୀରରେ ହିମୋଗ୍ଲୋବିନ ତିଆରି ହୋଇପାରେ ନାହିଁ। ଯାହା ଫଳରେ ଶିଶୁକୁ ବାରମ୍ବାର ରକ୍ତ ଚଢ଼େଇବାକୁ ପଡ଼େ। ଥାଲାସେମିଆ ୨ ପ୍ରକାରର, ଅଲଫା ଥାଲାସେମିଆ ଏବଂ ବିଟା ଥାଲାସେମିଆ । ତେଣୁ ପ୍ରତି ମାସକ ଭିତରେ ଥରେ ଶିଶୁକୁ ରକ୍ତ ଦେବାକୁ ପଡ଼ିଥାଏ । ଯଦି ରକ୍ତ ଦିଆନଯାଏ ଶିଶୁ ସଠିକ୍ ଭାବେ ବଢ଼ିପାରେ ନାହିଁ କିମ୍ବା ଶିଶୁର ଯକୃତ ବଢ଼ିଯିବ, ହାର୍ଟ ଫେଲ୍ୟୁୟର ହୋଇ ଯାଇପାରେ। ତେଣୁ ମ୍ୟାରେଜ ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କର ଥାଲାସେମିଆ ଟେଷ୍ଟ କରିବା ଜରୁରୀ ।

ବିଶ୍ବ ଥାଲାସେମିଆ ଦିବସ: ପ୍ରତିବର୍ଷ ମେ' ୮ ତାରିଖରେ 'ବିଶ୍ବ ଥାଲାସେମିଆ ଦିବସ' ପାଳନ କରାଯାଏ। ୧୯୯୪ ମସିହାରୁ ଏହି ଦିବସକୁ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+