ରାଜଧାନୀ ସ୍ଥିତ ଉର୍ମି ହୋଟେଲ ଉପରେ ବୋମା ମାଡ଼
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ଼ ସ୍ଥିତ ଉର୍ମି ହୋଟେଲ ଉପରେ ବୋମା ମାଡ଼ । ବାଇକରେ ଆସି ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ର କାରଣ ଜଣାପଡ଼ି ନାହିଁ । ଦାଦାବଟି ପାଇଁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି । କମିଶନରେଟ୍ ପୋଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।

କହିରଖୁ କି, ରସୁଲଗଡ଼ ଛକରେ ରହିଛି ଉର୍ମି ହୋଟେଲ୍ । ରାତି ପ୍ରାୟ ୮.୧୫ ମିନିଟରେ ଦୁଇ ଜଣ ଯୁବକ ବାଇକ୍ରେ ଆସି ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍ ଉପରୁ ବୋମା ଫିଙ୍ଗି ପଳାଇ ଯାଇଥିଲେ। ବୋମାଟି ହୋଟେଲର ୨୦୨ ନମ୍ୱର ରୁମର ଝରକାରେ ବଜିଥିଲା । ଫଳରେ ହୋଟେଲ୍ ଝରକାର କାଚ ଭାଙ୍ଗି ଯାଇଛି । ସେହି ରୁମରେ ଥିବା ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି ।
ବୋମା ମାଡ଼ ଖବର ପାଇ ହୋଟେଲରେ ପହଞ୍ଚି ତନାଘନା କରୁଛି କମିଶନରେଟ୍ ପୋଲିସ୍ । କେଉଁ ପରିସ୍ଥିତିରେ ବୋମା ମାଡ଼ ହୋଇଛି ପୋଲିସ୍ ତାହା ଉପରେ ତଦନ୍ତ ଚଳାଇଛି । ବୋମା ମାଡ଼ରେ କେହି ଆହତ ହୋଇ ନାହାନ୍ତି ।












Click it and Unblock the Notifications