ଯୁବ ବିଜେଡି ନେତାଙ୍କ କାର ଉପରକୁ ବୋମାମାଡ଼:୨ଟି ଅଫୁଟା ବୋମା ଜବତ

ଯୁବ ବିଜେଡି ନେତାଙ୍କ କାର ଉପରକୁ ବୋମାମାଡ଼:୨ଟି ଅଫୁଟା ବୋମା ଜବତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢି ସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ବାଇକରେ ଆସି ବୋମା ଫିଙ୍ଗିଲେ ଦୁଇ ଦୁର୍ବୁତ୍ତ । ୩ଟି ବୋମାମାଡ଼ ହୋଇଥିବା ବେଳେ ନିକଟରେ ଆଉ ୨ଟି ଅଫୁଟା ବୋମା ପଡିରହିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରହିଛି ।

odisha

ସୂଚନା ଅନୁସାରେ,ଗତକାଲି ବିଳ ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢି ସାହି ସ୍ଥିତ କାହ୍ନୁଚରଣ ସାହୁଙ୍କ ଘର ସାମ୍ନାରେ ରଖାଯାଇଥିବା ଗାଡି ଉପରକୁ ଦୁଇ ଯୁବକ ବୋମାମାଡ଼ କରିଛନ୍ତି । ଦୁଇ ଦୃର୍ବୃତ୍ତ ପ୍ରଥମେ ବାଇକରେ ଆସି ବୁଲି ଦେଖିବା ପରେ ଗାଡ଼ି ଉପରକୁ ୩ଟି ବୋମାମାଡ଼ କରିଥିଲେ । ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ ଏହି ଘଟଣାକୁ ନେଇ କାହ୍ନୁ ଚରଣ ସାହୁ କହିଛନ୍ତି ଯେ ତାଙ୍କର କାହାରି ସହ ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତା ନାହିଁ । କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+