ପୂର୍ବ ଶତ୍ରୁତାରୁ ବୋମାମାଡ଼: ୪ ଜଣ ଗୁରୁତର

ଭଞ୍ଜନଗର: ପୂର୍ବ ଶତ୍ରୁତାରୁ ବୋମାମାଡ଼ । ୪ ଜଣ ଗୁରୁତର। ସୋରଡ଼ା ଥାନା କେଶରା ଗାଁ କାଳି ମନ୍ଦିର ନିକଟରେ ବୋମାମାଡ଼। ୩ଟି ବାଇକ୍‌ରେ ଯାଉଥିବା ୫ ଜଣଙ୍କୁ ଟାର୍ଗେଟ୍‌ କରି ବୋମା ଫିଙ୍ଗିଲେ । ପଡ଼ିଯିବା ପରେ ମାରଣାସ୍ତ୍ରରେ ଆକ୍ରମଣ । ୪ ଗୁରୁତର । ଦୁର୍ବୃତ୍ତ ଚମ୍ପଟ୍‌ ।

ସୂଚନା ମୁତାବକ, ଏହି ୪ ଜଣଙ୍କ ସମେତ ମୋଟ ୫ ଜଣ ବ୍ୟକ୍ତି ସୋରଡ଼ାରେ କାମ ସାରି ୩ଟି ବାଇକ୍‌ରେ ନିଜ ନିଜ ଘରକୁ ଫେରିବା ବେଳେ କିଛି ଲୋକ ପୂର୍ବ ଯୋଜନା ଅନୁଯାୟୀ କେଶରା ଗାଁର କାଳି ମନ୍ଦିର ପାଖରେ ଛକି ରହିଥିଲେ। ସେମାନେ ବାଇକ୍‌ରେ ଆସୁଥିବା ୫ ଜଣ ବ୍ୟକ୍ତିଙ୍କ ଉପରକୁ ପ୍ରଥମେ ତିନିଟି ବୋମା ପକାଇଥିଲେ। ବୋମାମାଡ଼ ପରେ ୫ ଜଣ ଯାକ ବାଇକରୁ ଖସି ପଡ଼ିବା ପରେ ମାରଣାସ୍ତ୍ରରେ ସେମାନଙ୍କ ଉପରେ କରିଥିଲେ ଆକ୍ରମଣ। ଫଳରେ ସେମାନେ ଲହୁଲୁହାଣ ହୋଇଯାଇଥିଲେ।

Bombing at odisha bhanjanagar

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଗୁରୁତରଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତେବେ କୌଣସି ପ୍ରକାର ପୂର୍ବ ଶତ୍ରୁତାରୁ ସେମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ।ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗାଁରେ କିଛି ଲୋକଙ୍କ ବୋମାମାଡ଼ରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଉଛନ୍ତି କେଶରା ଗାଁର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ ଓ ପ୍ରସନ ଗୌଡ଼।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+