କୋର୍ଟକୁ ବୋମା ଧମକ, ପୋଲିସର ଛାନଭିନ୍ ଆରମ୍ଭ
କନ୍ଧମାଳ ଜିଲା ଫୁଲବାଣୀ ଜିଲା ଦୌରା ଜଜ୍ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ଇ-ମେଲ୍ ଯୋଗେ ଆସିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଲାସି କରୁଛନ୍ତି । ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସମସ୍ତ ଆଇନଜୀବୀ ମାନେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି । କୋର୍ଟ ପରିସରରେ ପୁଲିସ ଛାଉଣୀ ସହିତ ବୋମା ନେଇ ତଲାସି ଜୋରଦାର କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍ ପରେ ଏକ ବୋମା ଧମକ ଆସିଥିଲା । ଏହା ପରେ ଛାନଭିନ୍ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।












Click it and Unblock the Notifications