ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ; ଓକିଲ ଭୟଭୀତ, ଘଟଣାସ୍ଥଳରେ ପୋଲିସର ଛାନଭିନ୍
କୋର୍ଟକୁ ପୁଣି ବୋମା ଆତଙ୍କ । ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଆସିଛି ଧମକ । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । କୋର୍ଟକୁ ଖାଲି କରି ଖାନତଲାସି ଚାଲିଛି । ଅଦାଲତର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି । ମେଲ ଆସିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିଲା ।













Click it and Unblock the Notifications