ପୁରୀରେ ଭୟଙ୍କର ବାଣ ବସ୍ଫୋରଣ: ୩ ଗୁରୁତର
ପୁରୀ :ଆଲୋକର ପର୍ବ 'ଦୀପାବଳି' ଅବସରରେ ଚାରିଆଡ଼େ ଆଲୋକ ଦେଖାଯାଉଛି। ଯେଉଁଠିକୁ ଚାହିଁଲେ ରଂଗୀନ ଆଲୋକ ଦେଖାଯାଉଛି। ଆକାଶରୁ ଖାଲି ବାଣର ଶଦ୍ଦ ଶୁଭୁଛି। ପୂରା ଭାରତ ସମେତ ଓଡ଼ିଶାର ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ଦୀପାବଳି ପାଇଁ ବ୍ୟସ୍ତ। ବ୍ୟବସାୟୀମାନେ ନିଜର ବ୍ୟବସାୟିକ ଅନୁଷ୍ଠାନରେ ପୂଜା କରୁଥିବା ବେଳେ ଯୁବଗୋଷ୍ଠୀ ବାଣ ଫୁଟାଇବାରେ ବ୍ୟସ୍ତ ଅଛନ୍ତି। ବାଣ ଫୁଟାଇବାକୁ ନେଇ ଛୋଟଛୋଟ ପିଲାମାନଙ୍କ ଠାରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ରହୁଥିବା ଦେଖା ଯାଉଛି।

ଅନ୍ୟପଟେ ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି। ଗୁରୁତରମାନେ ହେଲେ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନା l ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ବର୍ଣ୍ଣ ୟୁନିଟ ନ ଥିବାରୁ ୩ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସଞ୍ଜୟ ଜେନା, ଗୁଲା ରାଉତଙ୍କ ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଲିପା ରାଉତଙ୍କ ୫୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି l












Click it and Unblock the Notifications