ନିର୍ବାଚନ ପୂର୍ବରୁ ବାଙ୍କୀରେ ବୋମାମାଡ଼: ୧୫ ଆହତ
ବାଙ୍କୀ: ନିର୍ବାଚନ ପୂର୍ବରୁ କଟକ ବାଙ୍କୀରେ ବୋମାମାଡ଼ । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ର କାରଣ ଅସ୍ପଷ୍ଟ ଥିବା ରହିଛି । ହେଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ବୃତ୍ତ ମାନଙ୍କର କୌମସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ନେଇ ସୂଚନା ରହିଛି ।












Click it and Unblock the Notifications