ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣା, ତଦନ୍ତ କରିବ ଏନଆଇଏ
ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣାରେ ତଦନ୍ତ କରିବ ଏନଆଇଏ । କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବ NIA ଟିମ । ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA । ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ବୋମା ଫୁଟିବା କାରଣ ର ତଦନ୍ତ କରିବେ ।

ଗତକାଲି ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିଲେ । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ । ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ବିସ୍ଫୋରଣରେ ସୋହନବାଜଙ୍କ ମା ଓ ଜଣେ ବାନ୍ଧବୀ ଓ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ମାମଲାରେ ଆଜି ଘଟଣାସ୍ଥଳରେ ପହଞ୍ଚି ଏନଆଇଏ ତଦନ୍ତ କରିବ ।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications