ବ୍ରହ୍ମପୁର ବଡ଼ ବଜାର ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମାମାଡ଼
ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମା ମାଡ଼ ସହ ପଥର ଫୋପାଡ଼ି ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ । ବ୍ରହ୍ମପୁର ବଡ଼ ବଜାର ଥାନା ଶ୍ରୀରାମନଗର ଶାନ୍ତି ମାର୍ଗ ଦ୍ୱିତୀୟ ଗଳିରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଆଇନଜୀବୀ ମହେଶ ତ୍ରିପାଠୀ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଘର ନିକଟରେ ଦୁଇଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହା ସହ ପଥର ଫୋପାଡିବା ସହ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ ।
ବୋମା ମାଡ଼ରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ପରିବାର ସମସ୍ତ ସଦସ୍ୟ ମାନଙ୍କୁ ଦୁବୃର୍ତ୍ତ ଖଣ୍ଡାରେ ଆକ୍ରମଣ କରିବା ନେଇ ଧମକ ଦେଇଥିଲେ । ଘଟଣାସ୍ଥଳରେ ଏକ ଖଣ୍ଡା ଛାଡ଼ି ଦେଇ ଚମ୍ପଟ ମାରିଛନ୍ତି ଦୁବୃର୍ତ୍ତ । ଏନେଇ ବଡ଼ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବୋମା ପକାଇବା ଓ ଭୟଭୀତ କରିବା ସମୟର ଭିଡିଓ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଭିଡିଓ ଭାଇରାଲ ହେବାରେ ଲାଗିଛି ।













Click it and Unblock the Notifications