ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ ; ଆସିଛି ଧମକପୂର୍ଣ୍ଣ କଲ୍

ବାତ୍ୟା 'ଦାନା'କୁ ନେଇ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଗୋଟିଏ ପଟେ ପବନର ବେଗ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଛି । ବିମାନବନ୍ଦରରେ ବୋମା ଥିବା ନେଇ ଆସିଛି ଏକ ଧମକପୂର୍ଣ୍ଣ କଲ୍ । ଏହି ଧମକପୂର୍ଣ୍ଣ କଲ୍ ପାଇବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।

ତେବେ ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିିଳି ସାରିଲାଣି। ଏହି କାରଣରୁ କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଏୟାରଲାଇନ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଓ ମେଟାର ଅଧିକାରୀମାନଙ୍କ ସହ ଏକ ବୈଠକ ଡକା ଯାଇଥିଲା। ସେଥିରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କ ଉପରେ ବର୍ଷି ଯାଇଛନ୍ତି।

Bomb at Bhubaneswar airport

ଦିଲ୍ଲୀ ପୁଲିସ୍ ଅଭିଯୁକ୍ତ ବ୍ୟବହାରକାରୀଙ୍କ ସୋସିଆଲ୍‌ ମିଡିଆ ଆଇଡି କିମ୍ବା କିଛି ଡୋମେନର ସବିଶେଷ ତଥ୍ୟ ପାଇବାରେ ବିଫଳ ହେବା ପରେ କେନ୍ଦ୍ର ମାଇକ୍ରୋବ୍ଲଗିଂ ସାଇଟକୁ ଏବେ ଏହି ଦାୟିତ୍ବ ଦେଇଛନ୍ତି।

ଗତ ଆଠ ଦିନ ମଧ୍ୟରେ ଅନେକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିିଳିବା ପରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଭାବିତ ବିମାନଗୁଡ଼ିକରେ ଆକାସା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ଆଦି ରହିଛି। ଏହି ବିମାନଗୁଡ଼ିକ ଦିଲ୍ଲୀରୁ ବିଭିନ୍ନ ଘରୋଇ ତଥା ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସେବା ଯୋଗାଇଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+