ଓଡିଶା ହାଣ୍ଡିଶାଳରୁ ମାୟାନଗରୀ ଗଲା କଙ୍କଡ଼ା ଝୋଳ ଓ କ୍ଷୀର ପୋଡ଼ପିଠା

ଗତକାଲି ରୋଜିସ୍ କିଚେନରୁ କଙ୍କଡ଼ା ଝୋଳ, ବାମ୍ବୋ ଚିକେନ୍, ନାରିୟଲ ଚିକେନ୍, ରସଗୋଲା ଓ କ୍ଷୀର ପୋଡ଼ପିଠା ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ପଠାଯାଇଛି ।

ଭୁବନେଶ୍ୱର: ଓଡିଶା ହାଣ୍ଡିଶାଳରୁ ଓଡିଆ ଖାଦ୍ୟ ଗଲା ମୟାନଗରୀକୁ । ବି-ଟାଉନ ସେଲିବ୍ରେଟିଙ୍କ ଡାଇନିଂ ଟେବୁଲରେ ପରସାଗଲା ଓଡିଆ ଡିସ୍ । ଆନନ୍ଦରେ ଖାଇଲେ ବଲିଉଡ ସୁପରଷ୍ଟାର । ଏମିତି କିଛି ଘଟଣା ଘଟିଛି ରୋଜିସ୍ କିଚେନ୍ ସହ ।

ଗତକାଲି ରୋଜିସ୍ କିଚେନରୁ କଙ୍କଡ଼ା ଝୋଳ, ବାମ୍ବୋ ଚିକେନ୍, ନାରିୟଲ ଚିକେନ୍, ରସଗୋଲା ଓ କ୍ଷୀର ପୋଡ଼ପିଠା ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ପଠାଯାଇଛି । ଆଉ ଯାଇ ପହଞ୍ଚିଛି ଆକ୍ସନ ଷ୍ଟାର ଅଜୟ ଦେବଗନ ଓ ପତ୍ନୀ କାଜଲଙ୍କ ଡାଇନିଂ ଟେବୁଲ ଉପରେ । ଯାହାକୁ ମନ ଭରି ଖାଇଛନ୍ତି ଉଭୟେ ।

rosys kitchen

ରୋଜିସ୍ କିଚେନ୍ ମାଲିକାଣୀ ସରୋଜା ଚୌଧୁରୀଙ୍କ କହିବା ଅନୁଯାୟୀ, ବଲିଉଡ୍ ସେଲିବ୍ରିଟିଙ୍କୁ କଙ୍କଡ଼ା ଓ ଚିଙ୍ଗୁଡ଼ି ଯୋଗାଉଥିବା ଡ. ଭିନିଥ୍‌ଙ୍କ ଜରିଆରେ ତାଙ୍କର ସ୍ୱତନ୍ତ୍ର କ୍ଷୀର ପୋଡ଼ ପିଠା ଥରେ ଚାଖିଥିଲେ ଅଜୟ ଓ କାଜଲ । ଏହାପରଠୁ କ୍ଷିର ପୋଡ଼ ପିଠା ଉପରେ ଫିଦା ହୋଇଗଲେ ଅଜୟ। ଏହାପରେ ତାଙ୍କ ରୋଷେଇ କଥା ଶୁଣି ପରେ କଙ୍କଡ଼ା ଓ ଚିଙ୍ଗୁଡ଼ିକୁ ଓଡ଼ିଆ ଷ୍ଟାଇଲରେ ରୋଷେଇ କରି ପଠାଇବାକୁ ଅର୍ଡର ବି ଦେଲେ । ଖାଲି ନନଭେଜ୍ ଡିସ୍ ନୁହେଁ, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଶାର ପାରମ୍ପରିକ ମିଠା ବି ପଠାଯାଇଛି ଏହି ସେଲିବ୍ରିଟି କପଲଙ୍କ ନିକଟକୁ ।

ତେବେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନିକଟକୁ ନିଜ ହାତ ରନ୍ଧା ପଠାଇ ବେଶ୍‌ ଖୁସି ଥିବା ସରୋଜା କହିଛନ୍ତି । ତେବେ ବଲିଉଡ୍ ଷ୍ଟାରଙ୍କୁ ଓଡ଼ିଆ ଖାଦ୍ୟ ଖୁଆଇବା ପାଇଁ ଆସନ୍ତା ମାସରେ ତାଙ୍କ ଟିମ୍ ବମ୍ବେ ଯିବ । ଏଥିପାଇଁ ଜୁହୁ ବିଚ୍ ନିକଟରେ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅମିତାଭଙ୍କଠୁ ସଲମାନ, ଶାହରୁଖଙ୍କୁ ସେ ଓଡ଼ଇାଙ୍କ ପ୍ରିୟ ପଖାଳ ଭାତ, ପଣସ ତରକାରୀ, କଖାରୁ ଫୁଲ ଭଜା ସମେତ ଘୋରା ମଣ୍ଡା ଓ ସରସତିଆ ପିଠାର ବି ସ୍ୱାଦ ଚଖାଇବେ ବୋଲି ସରୋଜା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+