For Quick Alerts
Turn On Notification  
For Daily Alerts
Oneindia App Download

ଓଡିଶା ହାଣ୍ଡିଶାଳରୁ ମାୟାନଗରୀ ଗଲା କଙ୍କଡ଼ା ଝୋଳ ଓ କ୍ଷୀର ପୋଡ଼ପିଠା

ଗତକାଲି ରୋଜିସ୍ କିଚେନରୁ କଙ୍କଡ଼ା ଝୋଳ, ବାମ୍ବୋ ଚିକେନ୍, ନାରିୟଲ ଚିକେନ୍, ରସଗୋଲା ଓ କ୍ଷୀର ପୋଡ଼ପିଠା ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ପଠାଯାଇଛି ।

|

ଭୁବନେଶ୍ୱର: ଓଡିଶା ହାଣ୍ଡିଶାଳରୁ ଓଡିଆ ଖାଦ୍ୟ ଗଲା ମୟାନଗରୀକୁ । ବି-ଟାଉନ ସେଲିବ୍ରେଟିଙ୍କ ଡାଇନିଂ ଟେବୁଲରେ ପରସାଗଲା ଓଡିଆ ଡିସ୍ । ଆନନ୍ଦରେ ଖାଇଲେ ବଲିଉଡ ସୁପରଷ୍ଟାର । ଏମିତି କିଛି ଘଟଣା ଘଟିଛି ରୋଜିସ୍ କିଚେନ୍ ସହ ।

ଗତକାଲି ରୋଜିସ୍ କିଚେନରୁ କଙ୍କଡ଼ା ଝୋଳ, ବାମ୍ବୋ ଚିକେନ୍, ନାରିୟଲ ଚିକେନ୍, ରସଗୋଲା ଓ କ୍ଷୀର ପୋଡ଼ପିଠା ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ପଠାଯାଇଛି । ଆଉ ଯାଇ ପହଞ୍ଚିଛି ଆକ୍ସନ ଷ୍ଟାର ଅଜୟ ଦେବଗନ ଓ ପତ୍ନୀ କାଜଲଙ୍କ ଡାଇନିଂ ଟେବୁଲ ଉପରେ । ଯାହାକୁ ମନ ଭରି ଖାଇଛନ୍ତି ଉଭୟେ ।

rosys kitchen

ରୋଜିସ୍ କିଚେନ୍ ମାଲିକାଣୀ ସରୋଜା ଚୌଧୁରୀଙ୍କ କହିବା ଅନୁଯାୟୀ, ବଲିଉଡ୍ ସେଲିବ୍ରିଟିଙ୍କୁ କଙ୍କଡ଼ା ଓ ଚିଙ୍ଗୁଡ଼ି ଯୋଗାଉଥିବା ଡ. ଭିନିଥ୍‌ଙ୍କ ଜରିଆରେ ତାଙ୍କର ସ୍ୱତନ୍ତ୍ର କ୍ଷୀର ପୋଡ଼ ପିଠା ଥରେ ଚାଖିଥିଲେ ଅଜୟ ଓ କାଜଲ । ଏହାପରଠୁ କ୍ଷିର ପୋଡ଼ ପିଠା ଉପରେ ଫିଦା ହୋଇଗଲେ ଅଜୟ। ଏହାପରେ ତାଙ୍କ ରୋଷେଇ କଥା ଶୁଣି ପରେ କଙ୍କଡ଼ା ଓ ଚିଙ୍ଗୁଡ଼ିକୁ ଓଡ଼ିଆ ଷ୍ଟାଇଲରେ ରୋଷେଇ କରି ପଠାଇବାକୁ ଅର୍ଡର ବି ଦେଲେ । ଖାଲି ନନଭେଜ୍ ଡିସ୍ ନୁହେଁ, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଶାର ପାରମ୍ପରିକ ମିଠା ବି ପଠାଯାଇଛି ଏହି ସେଲିବ୍ରିଟି କପଲଙ୍କ ନିକଟକୁ ।

ତେବେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନିକଟକୁ ନିଜ ହାତ ରନ୍ଧା ପଠାଇ ବେଶ୍‌ ଖୁସି ଥିବା ସରୋଜା କହିଛନ୍ତି । ତେବେ ବଲିଉଡ୍ ଷ୍ଟାରଙ୍କୁ ଓଡ଼ିଆ ଖାଦ୍ୟ ଖୁଆଇବା ପାଇଁ ଆସନ୍ତା ମାସରେ ତାଙ୍କ ଟିମ୍ ବମ୍ବେ ଯିବ । ଏଥିପାଇଁ ଜୁହୁ ବିଚ୍ ନିକଟରେ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅମିତାଭଙ୍କଠୁ ସଲମାନ, ଶାହରୁଖଙ୍କୁ ସେ ଓଡ଼ଇାଙ୍କ ପ୍ରିୟ ପଖାଳ ଭାତ, ପଣସ ତରକାରୀ, କଖାରୁ ଫୁଲ ଭଜା ସମେତ ଘୋରା ମଣ୍ଡା ଓ ସରସତିଆ ପିଠାର ବି ସ୍ୱାଦ ଚଖାଇବେ ବୋଲି ସରୋଜା କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bollywood superstar ordered Odia Food from rosy's kitchen
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X